July 27, 2024

Satya News

odia news channel

ଟାଟା ପାଓ୍ବାର ବିଦ୍ୟୁତ ସେବା ଯାନକୁ ଲୋକାର୍ପିତ କଲେ ପାଟଣା ବିଧାୟକ

 

ପାଟଣା :  ଟାଟା ପାଓ୍ବାର ଉତ୍ତର ଓଡ଼ିଶା ବିତରଣ ସଂସ୍ଥା ତୁରୁମୁଙ୍ଗା ଉପଖଣ୍ଡ ପକ୍ଷରୁ ୫ ଟି ବିଦ୍ୟୁତ ସେବା ପ୍ରଦାନକାରୀ ଭ୍ରାମ୍ୟମାଣ ସେବା ଯାନକୁ ପାଟଣା ବିଧାୟକ ଜଗନ୍ନାଥ ନାଏକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଟାଟା ପାଓ୍ବାର ପାଇଁ କାମ କରୁଥିବା ଜିଭି ଇଲେକ୍ଟ୍ରିକାଲ ଘରୋଇ ସଂସ୍ଥା ପକ୍ଷରୁ ପ୍ରକଳ୍ପ ପରିଚାଳକ ଅଙ୍କୁର ସିଂହ ଙ୍କ ଦ୍ଵାରା ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଜଗନ୍ନାଥ ନାଏକ ଯାନ ଗୁଡିକୁ ଲୋକାର୍ପିତ କରିବା ସହ ଉପସ୍ଥିତ ପାଟଣା , ସାହାରପଡା ଓ ତୁରୁମୁଙ୍ଗା କ୍ଷେତ୍ରରେ ନୂତନ ଭାବେ ନିଯୁକ୍ତି ପ୍ରାପ୍ତ ୩୩ କେଭି, ୧୧ କେଭି ଓ କମଶକ୍ତି ସମ୍ପନ୍ନ ବିଦ୍ୟୁତ କାର୍ୟ୍ୟ ରେ ନିଯୁକ୍ତ ମୋଟ ୧୫୪ ଜଣ କର୍ମଚାରୀ ଙ୍କୁ ଉନ୍ନତ ବିଦ୍ୟୁତ ସେବା , ତ୍ୱରିତ ବିଦ୍ୟୁତ ସେବା ଯୋଗାଇ ଦେବା ସମୟରେ କର୍ମଚାରୀ ମାନେ ନିଜର ଓ ଉପଭୋକ୍ତା ତଥା ଅଞ୍ଚଳ ବାସୀଙ୍କ ସୁରକ୍ଷା କୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ । ତୁରୁସୁଙ୍ଗା ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଚିରଞ୍ଜିତ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବିଧାୟକ ଙ୍କ ସହ ବିଭାଗୀୟ କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ, ସାହାରପଡା କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ କାନ୍ତ ଷଡ଼ଙ୍ଗୀ, ପାଟଣା କନିଷ୍ଠ ଯନ୍ତ୍ରୀ ପଦ୍ମକିଶୋର ଜେନା, ତୁରୁମୁଙ୍ଗା ସରପଞ୍ଚ ଉମେଶ ଚନ୍ଦ୍ର ଦେହୁରୀ, ସାମାଜିକ କର୍ମୀ ବିରେନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇ ନବ ନିଯୁକ୍ତ କର୍ମଚାରୀ ମାନଙ୍କୁ ଦିଗଦର୍ଶନ ସହ ଉନ୍ନତ ବିଦ୍ୟୁତ ସେବା ଉପରେ ମତ ରଖିଥିଲେ । ଲାଇନ୍ ମ୍ୟାନ ମନମୋହନ ନନ୍ଦି, ଜଗଦୀଶ ଚନ୍ଦ୍ର ନାଏକ, ଅସୀତ ରାଉତ, ନବିନ ବିହାରୀ ଦାସ, ଲିଙ୍ଗରାଜ ମହାନ୍ତ, ଜୟ କିଶୋର ଦାସ ଓ ସରୋଜ କୁମାର ପାତ୍ର ଙ୍କ ସହ ତୁରୁମୁଙ୍ଗା ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ୟ୍ୟକ୍ରମ ରେ ସାମିଲ ଥିଲେ ।

Spread the love