May 26, 2026

ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ମୁହଁ ଖୋଲିଲେ ଅପରାଜିତା

 

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ କେନ୍ଦ୍ରରେ ନେତାଙ୍କ ଫଟୋକୁ ନେଇ ଉଠିଛି ଝଡ। ସାରା ରାଜ୍ୟ ପଡୁଛି ଉଠୁଛି। ଅଧିକାଂଶ ଟିକାକରର କେନ୍ଦ୍ରରେ ଏହାକୁ ନେଇ ଗଣ୍ଡଗୋଳ, ଉତ୍ତେଜନା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରା ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବାରୁ ଏହାକୁ ନେଇ ବିଜେପି ମୁହଁ ଖୋଲିଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ। ମୋଦିଙ୍କ ଫଟୋ ନ ଲାଗିବାକୁ ସେ ନାପସନ୍ଦ କରିଛନ୍ତି।

ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ  ଟୁଇଟ୍ କରି କହିଛନ୍ତି,  ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା। ଏନେଇ କେନ୍ଦ୍ରର ସହଯୋଗ ଲୋଡ଼ିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଟିକା ଯୋଗାଣ ବ୍ୟବସ୍ଥା କଲେ। ତେଣୁ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା କଥା।  ରାଜ୍ୟ ସରକାରଙ୍କର ଏସବୁ ଭାବ ଅସୁରକ୍ଷା ଓ ହୀନମଣ୍ୟତାର ପରିଚୟ ବୋଲି କହିଲେ ଅପରାଜିତା।

ଅନ୍ୟପକ୍ଷେ ଅପରାଜିତାଙ୍କ ଟୁଇଟ୍‌ର ଜବାବୀ ଟୁଇଟ୍ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି, ବିଜେଡି ପ୍ରତିବାଦ କରିନି। ଟିକା କେନ୍ଦ୍ରରେ ଫଟୋକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବିଷୟ ବୋଲି କହିଛନ୍ତି ସସ୍ମିତ।

ସୂଚନାଥାଉ କି,ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ ଟିକା କେନ୍ଦ୍ରରେ ଉତ୍ତେଜନା ଫଟୋକୁ ନେଇ ପୁଣି ଉତ୍ତେଜନା ଦେଖା ଦେଇଛି।  କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉତ୍ତେଜନା ଦେଖାଦେଇଛି । ଟିକା କେନ୍ଦ୍ରରେ ପ୍ଲା କାର୍ଡରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଟିକା ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପ୍ଲା କା଼ର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜେଡି ଲୋଗୋ ଥିବାରୁ ବିଜେପି ପ୍ରତିବାଦ କରିଛି । ଟିକାକରଣ କେନ୍ଦ୍ରରେ ଥିବା ପ୍ଲା କାର୍ଡ ଫିଙ୍ଗିଛନ୍ତି ବିଜେପି କର୍ମୀ। ବିଜେପି କର୍ମୀଙ୍କ ଏଭଳି କାମକୁ ଅରାଜକତା ବୋଲି କହିଛି ବିଜେଡି।

 

 

 

 

 

Spread the love