April 13, 2026

ତୃତୀୟ ଲହର ପାଇଁ ତିନିଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଉଛି: ସ୍ୱାସ୍ଥ୍ୟ ନିର୍ଦେଶକ

 

ଭୁବନେଶ୍ବର: ତୃତୀୟ ଲହର ପାଇଁ ସାଧାରଣ ଭାବରେ ତିନିଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଏଥିରେ ଲୋକଙ୍କୁ ଟିକାକରଣ, ତୃତୀୟ ଲହର ପାଇଁ ତିନିମାସିଆ ସର୍ଭଲାନ୍ସ ଜାରି ରହିବ। ଏହାଛଡ଼ା ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସ୍ୱତନ୍ତ୍ର ଗ୍ରୁପର ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟ ନିର୍ଦେଶକ ଆହୁରି ମଧ୍ୟ କହିଛନ୍ତି, ଯେହେତୁ ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ କରାଯାଇଛି। କେନ୍ଦ୍ରୀୟ ଟିମ୍ ନିଜେ ବିଭିନ୍ନ ଜିଲ୍ଲା ଗସ୍ତ କରି କରୋନା ପରିସ୍ଥିତି ଯାଞ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ କେବଳ ଜଗତସିଂହପୁର ଓ ପୁରୀ ଜିଲ୍ଲା ଯାଇଛନ୍ତି। ଏହାଛଡ଼ା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବି ଯାଞ୍ଚ କରିଛି କେନ୍ଦ୍ରୀୟ ଟିମ୍।

ସେ କହିଛନ୍ତି, ମୃତ୍ୟୁ ସଂଖ୍ୟାକୁ ନେଇ ଗତକାଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟୀକରଣ ଦେଇଛନ୍ତି। କୌଣସି ମୃତ୍ୟକୁ ଲୁଚାଇବାର ସୁଯୋଗ ନାହିଁ। ହସ୍ପିଟାଲ ଗଲା ପରେ ଜଣେ ଲୋକ ଯଦି ମୃତ୍ୟୁବରଣ କଲା ତେବେ ସେ କେଉଁ କାରଣରୁ ମରିଛି ସେନେଇ ରିପୋର୍ଟ ଦିଆଯାଉଛି।

Spread the love