July 27, 2024

Satya News

odia news channel

ଦେଶରେ ୧୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ

A health worker wearing protective gear collects a nasal swab sample of an election counting agent to test for the Covid-19 coronavirus at Siliguri college counting centre in Siliguri on April 30, 2021. (Photo by Diptendu DUTTA / AFP) (Photo by DIPTENDU DUTTA/AFP via Getty Images)

 

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି। ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୪୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମ୍ପ୍ରତି ଦେଶରେ ଦୈନିକ ସଂକ୍ରମଣ ହାର ୨.୯୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୭୦% ଥିବା ଜଣାପଡ଼ିଛି।

୯,୪୩୬ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୪,୦୮,୧୩୨ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ହୋଇଥିବା ୩୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନାଜନିତ ମୃତ୍ୟୁସଂଖ୍ୟା ୫,୨୭,୭୫୪ରେ ପହଞ୍ଚିଛ। ୨୪ ଘଣ୍ଟା ମଧ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୪,୩୭,୯୩,୭୮୭ରେ ପହଞ୍ଚିଛି। ଅପରପକ୍ଷେ, ଦେଶରେ ଏବେ ୮୬,୫୯୧ ସକ୍ରିୟ ସଂକ୍ରମିତ ରହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୧୧,୬୬,୩୫,୪୦୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଆଇସିଏମ୍‌ଆର୍‌ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୮,୫୦,୪୨,୮୦୧ ନମୁନା ପରୀକ୍ଷା କରାଯାଇଛି। ଗତକାଲି ୩,୨୨,୫୫୧ ନମୁନା ପରୀକ୍ଷା କରାଯାଇଛି।

Spread the love