July 27, 2024

Satya News

odia news channel

ଦେଶର ସବୁଠାରୁ ବଡ ପ୍ରାଇଭେଟ୍ ହସ୍‌ପିଟାଲର୍‌ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

 

ଫରିଦାବାଦ: ହରିୟାଣାର ଫରିଦାବାଦରେ ୨୬୦୦ ବେଡ୍ ବିଶିଷ୍ଟ ଭାରତର ସବୁଠାରୁ ବଡ଼ ଘରୋଇ ହସ୍‌ପିଟାଲର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ହସ୍‌ପିଟାଲ୍‌ରେ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକୁ ସୁବିଧା ସୁଯୋଗ ରହିବା ସହିତ ସେଣ୍ଟ୍ରାଲଜ୍ଡ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଲାବୋରୋଟାରୀ ମଧ୍ୟ ରହିଛି। ଏହି ଉଦ୍‌ଘାଟନୀ ଉତ୍ସବରେ ହରିୟାଣା ରାଜ୍ୟାପଳ ଭଣ୍ଡାରୁ ଦତ୍ତାତ୍ରେୟ ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଉପସ୍ଥିତ ଥିଲେ।

ଉଦଘାଟନୀ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି “ ଆଧୁନିକତା ଓ ଟେକ୍ନୋଲୋଜୀର ସହଯୋଗରେ ଭାରତର ସ୍ୱାସ୍ଥ୍ୟକ୍ଷେତ୍ର ପ୍ରଗତି ଆସିବ। ସରକାର ଓ ଅନ୍ୟମାନଙ୍କର ପ୍ରୟାସରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏକ ମିଶନ ମୋଡ୍‌ରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ ଜାରି ରହିଛି।”

ଏହି ଅତ୍ୟାଧୁନିକ ଅମ୍ରିତା ହସ୍‌ପିଟାଲକୁ ୧୩୦ ଏକର ଜମିରେ ତିଆରି କରାଯାଇଛି। ୭ ମହଲା ରିସର୍ଚ୍ଚ ବ୍ଲକ୍ ବିଶିଷ୍ଟ ଏହି ହସ୍‌ପିଟାଲ ମାତା ଅମୃତାନନ୍ଦମୟୀ ମଠର ସହଯୋଗରେ ୬ ବର୍ଷରେ ତିଆରି କରାଯାଇଛି। ତେବେ ପ୍ରଥମରୁ ୫୦୦ ସଯ୍ୟାରେ ଏହି ହସ୍‌ପିଟାଲ କାମ କରିବ। ପରେ ଧୀରେ ଧୀରେ ଆସନ୍ତା ୫ ବର୍ଷରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଆଉ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ହସ୍‌ପିଟାଲ୍‌ରେ ୮୧ଟି ନୂଆ ବିଶେଷତ୍ୱ ଥିବା ଏହି ହସ୍‌ପିଟାଲ୍‌ ଦିଲ୍ଲୀ ତଥା ଦେଶର ସବୁଠାରୁ ବଡ଼ ଘରୋଇ ହସ୍‌ପିଟାଲ ହେବ ବୋଲି କୁହାଯାଉଛି।

୩୬ ଲକ୍ଷ ସ୍କ୍ୱାୟରଫିଟରେ ହସ୍‌ପିଟାଲ ବିଲ୍ଡଡିଂ ବିସ୍ତାର ହୋଇ ରହିବ। ୧୪ଟି ମହଲା ବିଶିଷ୍ଟ ମେଡିକାଲ୍‌ରେ ସବୁ ଗୁରୁତ୍ୱପୂର୍ଣ୍ଣମ ମେଡିକାଲ ଫେସିଲିଟି ରହିବ।  ଛାତରେ ହେଲିପେଡ୍ ବି ତିଆରି ହୋଇଛି। ଦିଲ୍ଲୀ ମଥୁରା ରୋଡ ନିକଟରେ ଥିବା ଫରିଦାବାଦସେକ୍ଟର ୮୮ରେ ତିଆରି ହୋଇଥିବା ଏହି ନୂଆ ମେଗା ହସ୍‌ପିଟାଲ୍‌ର ନିର୍ମାଣ ଏକ କୋଟି ସ୍କୋୟାର ଫିଟ୍। ଏହି କ୍ୟାମ୍ପସ୍‌ରେ ମେଡିକାଲ କଲେଜ୍ ରହିଛି। ଯେଉଁଥିରେ ୭ ଟି ମହଲା ରିସର୍ଚ ପାଇଁ ରହିଥିବା ବେଳେ ୮ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ରହିଛି। ତା ସହ ଗ୍ୟାଷ୍ଟ୍ରୋ ସାଇନ୍ସ, ରେନାଲ ସାଇନ୍ସ, ଅସ୍ତି ରୋଗ, ଏବଂ ଟ୍ରମା ଟ୍ରାନ୍ସପ୍ଲାଣ୍ଟ, ମାଆ ଏବଂ ଶିଶୁ ଯତ୍ନ ବିଭାଗ ବି ରହିଛି।

Spread the love