July 27, 2024

Satya News

odia news channel

ନଭେମ୍ବର ୧ରେ ପ୍ରଥମ ବର୍ଷ ୟୁଜି ଏବଂ ୧୫ରେ ପ୍ରଥମ ବର୍ଷ ପିଜି ପାଇଁ ଆରମ୍ଭ ହେବ ଅଫଲାଇନ ପାଠପଢ଼ା

 

ଭୁବନେଶ୍ବର: କରୋନା ସଂକ୍ରମଣ କମିବା ପରେ ଏବେ ଅଫଲାଇନରେ ଆରମ୍ଭ ହେବ ପାଠପଢ଼ା। ସଂକ୍ରମଣ କମ ହେବା ସହ କରୋନା ଟିକାକରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ସରକାର କଟକଣାକୁ କୋହଳ କରିଛନ୍ତି। ପ୍ରଥମ ବର୍ଷ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଛାତ୍ରଛାତ୍ରୀମାନଙ୍କ ପାଇଁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷ‌ା ବିଭାଗ। ନଭେମ୍ବର ୧ ଏବଂ ନଭେମ୍ବର ୧୫ରୁ ଓଡ଼ିଶାରେ ଡିଗ୍ରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପାଠପଢ଼ା।

ଶ୍ରେଣୀଗୃହ ସହ ହଷ୍ଟେଲରେ ମଧ୍ୟ କରୋନା କଟକଣାର ପାଳନ କରାଯିବ।

Spread the love