July 27, 2024

Satya News

odia news channel

ନିମ୍ବୁଜ୍; ଲେମ୍ବୁ ପାଣି ନା ଫଳରସ? ନିର୍ଦ୍ଧାରଣ କରିବେ ସୁପ୍ରିମ୍ କୋର୍ଟ

 

ନୂଆଦିଲ୍ଲୀ: ଆପଣମାନଙ୍କ ମଧ୍ୟରୁ ଅନେକ ‘ନିମ୍ଵୁଜ୍’(Nimbooz) ପିଇଥିବେ। କିନ୍ତୁ ଆପଣ କେବେ ଜାଣିବାକୁ ଚାହିଁଛନ୍ତି କି ‘ନିମ୍ଵୁଜ୍’ ଲେମ୍ବୁ ପାଣି ନା ଫଳରସ ? ଯଦି ଆପଣ ଜାଣି ପାରୁ ନାହାନ୍ତି ‘ନିମ୍ଵୁଜ୍’ ଲେମ୍ବୁ ପାଣି ନା ଫଳରସ ତେବେ ଚିନ୍ତା କରନ୍ତୁ ନାହିଁ। ସୁପ୍ରିମ କୋର୍ଟ ନିର୍ଦ୍ଧାରଣ କରିବେ ‘ନିମ୍ଵୁଜ୍’ ଲେମ୍ବୁ ପାଣି କି ଫଳରସ?

ସୁପ୍ରିମ୍ କୋର୍ଟ ଏହି କଥା ଉପରେ ବିଚାର କରିବାକୁ ସହମତ ହୋଇଯାଇଛନ୍ତି ଯେ ଲୋକପ୍ରିୟ ସଫ୍ଟ ଡ୍ରିଙ୍କ୍ ‘ନିମ୍ଵୁଜ୍’, ଲେମ୍ବୁ ପାଣି ଅଥବା ଫଳରସ ଆଧାରିତ ପାନୀୟ। କାରଣ ସୁପ୍ରିମ କୋର୍ଟ ଦ୍ଵାରା ନିଷ୍ପତ୍ତି ନିଆଯିବା ପରେ ଏହି ଉତ୍ପାଦ ଉପରେ ଲଗା ଯାଉଥିବା ଉତ୍ପାଦ ଶୁଳ୍କର ସଠିକ୍ ମାତ୍ରା ନିର୍ଦ୍ଧାରିତ କରାଯାଇପାରିବ।

ଉଲ୍ଲେଖନୀୟ ‘ନିମ୍ଵୁଜ୍’ ୨୦୧୩ରେ ପେପ୍ସିକୋ ଦ୍ଵାରା ଲଞ୍ଚ୍ କରାଯାଇଥିଲା ଓ ପାନୀୟକୁ ଅସଲି ଲେମ୍ବୁରେ ବନା ଯାଇଛି ବୋଲି ଦାବି କରାଯାଇଥିଲା। ଏହାପରେ ‘ନିମ୍ଵୁଜ୍’କୁ ଲେମ୍ବୁ ପାଣି ଭାବେ ଗ୍ରହଣ କରିବା ଉଚିତ କି ଫଳରସ ରୂପେ ଗ୍ରହଣ କରିବା ଉଚିତ ? ଏହାକୁ ନେଇ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏହି ଯାଚିକା ଉପରେ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍ ଏମ.ଆର୍.ଶାହା ଓ ଜଷ୍ଟିସ୍‌ ବିବି ନାଗରତ୍ନଙ୍କ ଦୁଇଜଣିଆ ଖଣ୍ଡପୀଠ ଦ୍ଵାରା ଶୁଣାଣି କରାଯିବ। ମାମଲା ୨୦୧୫ରୁ ଚାଲୁଅଛି, ସୁପ୍ରିମ କୋର୍ଟର ନିଷ୍ପତ୍ତିର ଆଧାରରେ ‘ନିମ୍ଵୁଜ୍’ର ଶୁଳ୍କ ବର୍ଗୀକରଣ କରାଯିବ।

Spread the love