July 27, 2024

Satya News

odia news channel

ନୀଳାଚଳ କୃଷକ ମହାସଂଘ ତରଫରୁ ଗଣଧାରଣା, ପ୍ରତିଶୃତି ପରେ ପ୍ରତ୍ୟାହୃତ

 

ସାକ୍ଷୀଗୋପାଳ; ନୀଳାଚଳ କୃଷକ ମହାସଂଘ ତରଫରୁ ସାମୁଦ୍ରିକ ବାତ୍ୟା ଜୱାଦ କ୍ଷତିପୂରଣ ଓ ଫଣୀ ଅନୁଦାନର ସିବିଆଇ ତଦନ୍ତ ଦାବୀ କରି ଆଜି ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ, ଆରକ୍ଷୀ ଉପଖଣ୍ଡ ମଣ୍ଡଳ ଅଧିକାରୀ ଦେବଦତ୍ତ ବରାଳ, ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ଦେବୀ ପ୍ରସାଦ ପାତ୍ର ଓ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ପ୍ରମୁଖ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ଆନ୍ଦୋଳନକାରୀମାନଙ୍କ ଦାବୀ ପୂରଣ ନିମନ୍ତେ ଆସନ୍ତା କାଲି ଅପରାହ୍ନ ଚାରିଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ପୁରୀଙ୍କ ସହିତ ଆଲୋଚନା କରିବା ନିମନ୍ତେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରତିଶୃତି ପ୍ରଦାନ କରିଥିଲେ। ପୁରୀ ଜିଲ୍ଲା କୃଷକ ମାନଙ୍କ ସମସ୍ୟା ସମ୍ପର୍କିତ ୫ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଧାନଙ୍କୁ ମହାସଂଘ ତରଫରୁ ପ୍ରଦାନ କରାଯାଇଥିଲା।

ମହାସଂଘର ସଭାପତି ଗୋପୀନାଥ ମିଶ୍ର, ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ସମନ୍ୱୟ କମିଟି ଅଧ୍ୟକ୍ଷ ଗୁଣନିଧି ପାତ୍ର, ସଂଗଠନ ସମ୍ପାଦକ ସମରେନ୍ଦ୍ର ସାହୁ, ସଂଗଠକ ଶ୍ୟାମ ସୁନ୍ଦର ନାୟକ, ସତ୍ୟବାଦୀ ବ୍ଲକ ସଭାପତି ସୁଶାନ୍ତ କୁମାର ଶତପଥି, କଣାସ ବ୍ଲକ ସଭାପତି କେଦାରେଶ୍ୱର ପରିଡା, ପୁରୀ ସଦର ବ୍ଲକ ସଭାପତି ଅରକ୍ଷିତ ଦାସ, ନିମାପଡା ବ୍ଲକ ସଭାପତି ମାଧବ ଚନ୍ଦ୍ର ମଲ୍ଲିକ, ବ୍ରହ୍ମଗିରି ବ୍ଲକ ସଭାପତି ମାର୍କଣ୍ଡ ସ୍ୱାଇଁ, ଡେଲାଙ୍ଗ ବ୍ଲକ ସଭାପତି ସର୍ବେଶ୍ୱର ନାୟକ, ପିପିଲି ବ୍ଲକ ସଭାପତି ସୁଦର୍ଶନ ପ୍ରଧାନ, ଗୋପ ବ୍ଲକ ସଭାପତି ନିରଞ୍ଜନ ମହାପାତ୍ର, ଅସ୍ତରଙ୍ଗ ବ୍ଲକ ସଭାପତି କାମଦେବ ବିଶ୍ୱାଳ ଓ କାକଟପୁର ବ୍ଲକ ସଭାପତି ସଚ୍ଚିଦାନନ୍ଦ ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ଏହି ଗଣଧାରଣାରେ ଯୋଗ ଦେଇଥିଲେ l

ପ୍ରାରମ୍ଭରେ କୃଷକମାନେ କୃଷି ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲା କାର୍ଡ ଧରି ବକୁଳ ବନ ଠାରୁ ଏକ ଶୋଭାଯାତ୍ରାରେ ସାକ୍ଷୀଗୋପାଳ ବଜାର ପରିକ୍ରମା କରି ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।

Spread the love