ପରଲୋକରେ ବର୍ଷିୟାନ ଅଭିନେତା ଶ୍ରୀରାମ ଲାଗୁ
ପ୍ରଖ୍ୟାତ ଥିଏଟର ଓ ଫିଲ୍ମ ଅଭିନେତା ଡା. ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ରାତିରେ ପୁନେସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କୁ ୯୨ ବର୍ଷ ହୋଇଥିଲା ଓ ସେ ବୟସାଧିକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ପେସାରେ ଜଣେ ଡାକ୍ତର ଥିବା ଲାଗୁ ମହାରାଷ୍ଟ୍ରରେ ସ୍ୱାଧୀନତା ପରବର୍ତ୍ତୀ ଥିଏଟର ଆନେ୍ଦାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ତାଙ୍କ ଅଭିନୀତ ସ୍ମରଣୀୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଏକ୍ ଦିନ ଅଚାନକ, ଘରୋଣ୍ଡା ଓ ଲାୱାରିସ୍ । ସେହିପରି ପିଞ୍ଜରା ଭଳି ମରାଠୀ ସିନେମାଗୁଡ଼ିକରେ ମଧ୍ୟ ସ୍ୱର୍ଗତଃ ଲାଗୁ ନିଜ ଅଭିନୟ ନିପୁଣତାର ପ୍ରମାଣ ଦେଇଥିଲେ । ତାଙ୍କ ବିୟୋଗରେ ବଲିଉଡ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ