May 1, 2026

‘ପେଗାସସ୍‌ ଗୁପ୍ତ ସୂଚନା ତଲାସ ମାମଲା’ର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମ୍‌ କୋର୍ଟ

 

ନୂଆଦିଲ୍ଲୀ: ‘ପେଗାସସ୍‌ ଗୁପ୍ତ ସୂଚନା ତଲାସ ମାମଲା’ର ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ଆଜି ଭାରତର ପ୍ରଧାନ ବିଚାରପତି କହିଛନ୍ତି। ଆଗାମୀ ସପ୍ତାହରେ ଏ ସମ୍ବନ୍ଧୀୟ ସବିଶେଷ ଆଦେଶନାମା ଜାରି କରାଯିବ।

ମୁକ୍ତ ଅଦାଲତରେ ବରିଷ୍ଠ ଆଡ୍‌ଭୋକେଟ୍‌ ସି. ୟୁ. ସିଂହଙ୍କୁ ଭାରତର ପ୍ରଧାନ ବିଚାରପତି କହିଲେ ଯେ, ପେଗାସସ୍‌ କେଳେଙ୍କାରୀ ପ୍ରସଙ୍ଗରେ ତଦନ୍ତ କମିଟି ଗଠନ ନିମନ୍ତେ ଚଳିତ ସପ୍ତାହରେ ସୁପ୍ରିମ୍‌ କୋର୍ଟ ଆଦେଶ ଜାରି କରିବାକୁ ଚାହୁଁଛନ୍ତି। କିନ୍ତୁ, ସେମାନେ (ବିଚାରପତିମାନେ) ମନୋନୀତ କରିଥିବା କେତେଜଣ ବିଶେଷଜ୍ଞ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି କମିଟିରେ ସାମିଲ ହେବାକୁ ଅକ୍ଷମତା ପ୍ରକାଶ କରିଛନ୍ତି। ସେ ଯାହାହେଉ, ଆଗାମୀ ସପ୍ତାହ ମଧ୍ୟରେ ଆମେ ‘ଟେକ୍ନିକାଲ୍‌ ଏକ୍ସପର୍ଟ ଟିମ୍‌’ର ସଦସ୍ୟମାନଙ୍କ କଥା ଚୂଡ଼ାନ୍ତ କରି ଆଦେଶନାମା ଜାରି କରିବୁ।

ବିରୋଧୀ ନେତା, ସାମ୍ବାଦିକ, ଅମଲା ଏବଂ ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ଫୋନ୍‌ ସହ ୩୦୦ରୁ ଊର୍ଦ୍ଧ୍ବ ଫୋନ୍‌ ହ୍ୟାକ୍‌ କରିବାକୁ ଇଜ୍ରାଏଲର ‘ଏନ୍‌ଏସ୍‌ଓ ଗ୍ରୁପ୍‌’ର ଜଣେ ଭାରତୀୟ କ୍ଲାଏଣ୍ଟ୍‌ ପେଗାସସ୍‌ ସ୍ପାଇୱେର୍‌ ବ୍ୟବହାର କରିଛନ୍ତି ବୋଲି ଏକ ଆନ୍ତର୍ଜାତିକ ଗଣମାଧ୍ୟମ ସଂଘ ରିପୋର୍ଟ କରିଥିଲା।

Spread the love