July 27, 2024

Satya News

odia news channel

ବାଇକ୍‌ରେ ଯିବାବେଳେ ଭାଇ-ଭଉଣୀଙ୍କୁ ଧକ୍କା ଦେଲା ଟ୍ରେଲର, ଛାତ୍ରୀଙ୍କ ମୁଣ୍ଡ ଉପରେ ଚଢିଗଲା ଚକ

 

ଝାରସୁଗୁଡା ୨୨।୧୨: ଝାରସୁଗୁଡା କନକତୋରା ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା। କଲେଜ ଛାତ୍ରୀଙ୍କୁ ଚାପିଦେଲା ଟ୍ରେଲର । କନକତୋରା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ନିଜ ବାଇକ୍ ରେ ଥିବା ଭାଇ-ଭଉଣୀ ଗାଡ଼ିରେ ତେଲ ଭରି  ରାସ୍ତା ଉପରକୁ ଯାଉଥିଲା ବେଳେ ଦ୍ରୁତବେଗରେ ଆସୁଥିବା ଏକ ଟ୍ରେଲର ପଛପଟୁ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକ ଛିଟିକି ପଡ଼ିଥିଲେ। କିନ୍ତୁ ବାଇକରେ ବସିଥିବା କଲେଜ ଛାତ୍ରୀ ଉପରେ ଟ୍ରେଲରର ଚକା ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ବାରମ୍ବାର ଦୁର୍ଘଟଣାକୁ ରୋକିବାକୁ ପଦକ୍ଷେପ ନେବା ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ରେଙ୍ଗାଲି ଥାନା ଓ ଲଖନପୁର ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତ ଛାତ୍ରୀ ଜଣଙ୍କ ହେଲେ ପ୍ରିୟଙ୍କା ନାଏକ। ସେ ମହାପାଲି କଲେଜକୁ ପରୀକ୍ଷା ଦେବାକୁ ଯିବା ବେଳେ ଅଘଟଣ ଘଟିଥିଲା ।

Spread the love