July 27, 2024

Satya News

odia news channel

ବିକ୍ରି ହେଲାଣି ୧୨ ଲକ୍ଷ ଟିକଟ

 

ଦୋହା  : କାତାରର ଦୋହାରେ ଆସନ୍ତା ନଭେମ୍ବର ୨୧ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଫିଫା ଫୁଟବଲ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ ଏବେ ସୁଦ୍ଧା ରେକର୍ଡ ସଂଖ୍ୟକ ୧.୨ ମିିଲିୟନ ( ଭାରତୀୟ ହିସାବ ଅନୁଯାୟୀ ୧୨ ଲକ୍ଷ) ଟିକଟ ବିକ୍ରି ହୋଇଛି। ପ୍ରଥମ ଥର ପାଇଁ ଫିଫା ବିଶ୍ବକପରେ ଏତେ ସଂଖ୍ୟକ ଟିକଟ ବିକ୍ରି ହୋଇଛି। ଫିଫା ବିଶ୍ବକପ ଆୟୋଜନ କମିଟିର ମୁଖ୍ୟ ହାସନ ଅଲ୍‌ ତାୱାଡି କହିଛନ୍ତି ଯେ, କାତାରର ମଧ୍ୟଭାଗ ଦୋହାରେ ନଭେମ୍ବର-ଡିସେମ୍ବରରେ ଖେଳାଯିବାକୁ ଥିବା ଫିଫା ବିଶ୍ବକପ ଲାଗି ରେକର୍ଡ ମାତ୍ରାରେ ଟିକଟ ବିକ୍ରି ହୋଇଛି। ଏବେ ସୁଦ୍ଧ​‌ା ୧.୨ ନିୟୁତ ଟିକଟ ବିକ୍ରି ହୋଇଛି। ଫୁଟବଲପ୍ରେମୀ ବିଶ୍ବକପକୁ ନେଇ ବେଶ ଉତ୍ସାହିତ ରହିଛନ୍ତି। କାତାରର ରାଜଧାନୀ ଦୋହାରେ ୨୪ ଲକ୍ଷ ଜନସଂଖ୍ୟା ରହିଛି। ଦର୍ଶକଙ୍କ ଲାଗି ହୋଟେଲ, ରହିବା ଆଦି ଉପରେ ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜନ କମିଟିର ମୁଖ୍ୟ ହାସନ ଅଲ୍‌ ତାୱାଡି କହିଛନ୍ତି। ବିଶ୍ବକପରେ ମୋଟ ୩୨ଟି ଦଳ ଭାଗନେବେ। ୫ଟି ସହରର ୮ଟି ଭେନ୍ୟୁରେ ମ୍ୟାଚ ଖେଳାଯିବ।

Spread the love