
ଭୁବନେଶ୍ବର: ରାଜ୍ୟ ତଥା ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କଟକଣା ବଢ଼ାଇଦେଇଛି। ଭୁବନେଶ୍ବରରେ ରହୁଥିଲେ କିମ୍ବା ବାହାରୁ ଭୁବନେଶ୍ବରକୁ ଆସୁଥିଲେ ଏଣିକି ବାଧ୍ୟତାମୂଳକ ଭାବେ ମାସ୍କ ପରିଧାନ କରିବେ। ତେଣୁ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି।
ଆଜି ଭୁବନେଶ୍ବରରେ ମାସ୍କ ପରିଧାନକୁ ବିଏମସି ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ଏହାସହିତ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ କଟକଣା ମଧ୍ୟ ବିଏମସି ବଢ଼ାଇ ଦେଇଛି। ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତ୍ବ ପାଇଁ ନିର୍ଦେଶ ଦିଆଯାଇଛି। ସପିଂ ମଲ, ଦୋକାନରେ ସାମାଜିକ ଦୂରତ୍ବ ରଖିବାକୁ ବି ନିର୍ଦେଶ ରହିଛି। ବାହାରେ ଛେପ ପକାଇବା ମନା ଏବଂ ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଆଜି ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ମୋଟ ୬୯ ଜଣ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସ୍ଥାନୀୟ ଲୋକଙ୍କ ଦ୍ବାରା ସଂକ୍ରମିତ ହୋଇଥିବା ବିଏମ୍ସି ପକ୍ଷରୁ ଟୁଇଟ୍ କରି କୁହାଯାଇଛି। ଭୁବନେଶ୍ବରରେ ୧ ଲକ୍ଷ ୫୭ ହଜାର ୨୫୧ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧ ଲକ୍ଷ ୫୫ ହଜାର ୭୩୩ ଜଣ ସୁସ୍ଥ ହୋଇଛନ୍ତି। ମୋଟ ୧୧୯୩ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛନ୍ତି ଏବଂ ୩୦୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍