ଭୁବନ, ୨୫/୦୩ : ଢେଙ୍କାନାଳ ଜିଲ୍ଲା ଭୁବନ ପୌର ନିର୍ବାଚନରେ ଗୋଷ୍ଠୀ କନ୍ଦଳ। ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ୱାର୍ଡରେ ଏଭଳି ଅଘଟଣ ଘଟିଛି। ଖଣ୍ଡା ତଲୱାର ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ଏପରିକି ପଥର ମାଡ଼ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି। ତେବେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ପଦକ୍ଷେପ ଗ୍ରହଣ ନକରି ଚାଲିଯାଇଥିଲା। ଯାହାଫଳରେ ଲୋକମାନଙ୍କ ମଧ୍ୟରେ ଆହୁରି ଅସନ୍ତୋଷ ବଢିଛି। କାମାକ୍ଷାନଗର ଏସଡିପିଓ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ସୂଚନା ମିଳିଛି।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି