April 13, 2026

ମଣ୍ଡି ପରିଚାଳନାରେ ଅନିୟମିତତା ନେଇ ଦାସି ଗାଁ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

 

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସି ଗାଁ ପ୍ୟାକ୍ସ ସମ୍ପାଦକ ବିଷ୍ଣୁ ପ୍ରସାଦ ସାହୁଙ୍କୁ ମଣ୍ଡି ପରିଚାଳନା ରେ ଅନିୟମିତତା ଯୋଗୁଁ ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବନ କରିଛନ୍ତି । ଦାସି ଗାଁ ପ୍ୟାକ୍ସ ଅଧୀନରେ ଥିବା ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହିଛି।

ଧାନ ଉଠାଣ ଦାବିରେ ଚାଷୀମାନେ ଗତ ଜୁନ ୨୫ ତାରିଖରୁ ଆନ୍ଦୋଳନ କରି ଆସୁଛନ୍ତି। ଏନେଇ ଅନେକଥର ଚାଷୀମାନେ ଅଭିଯୋଗ ମଧ୍ୟ କରି ଆସୁଥିଲେ। ଏନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଟିଏସ ଦିବାକର ଏହାର ତଦନ୍ତ କରିଥିଲେ। ପରେ ମଣ୍ଡି ପରିଚାଳନାରେ ଅନିୟମିତତା ହୋଇଥିବା ନେଇ ଉପଜିଲ୍ଲାପାଳ ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବନ କରିଥିବା ନେଇ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

Spread the love