June 19, 2024

Satya News

odia news channel

ମନୀଷ ଅନୁରାଗ ହତ୍ୟାକାଣ୍ଡ: ହୋଟେଲ ମାଲିକ, ବାର୍ ମ୍ୟାନେଜର ଓ କନେଷ୍ଟବଳ ଗିରଫ

 

ଭୁବନେଶ୍ବର: ମନୀଷ ଅନୁରାଗ ହତ୍ୟାକାଣ୍ଡ ମାମଲାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ହୋଟେଲ ସାଉଥ ସିଟି ବାର ମାଲିକ ପ୍ରଦ୍ୟୁମ୍ନ ଜେନା, ବାର୍ ମ୍ୟାନେଜର  ଓ କନେଷ୍ଟବଳ ପ୍ରସନ୍ନ ବେହେରା। କୋଭିଡ ଗାଇଡଲାଇନ ଉଲଙ୍ଘନ କରିବା, ବେଆଇନ ଭାବେ ବାର ଖୋଲିବା ଓ ଅପରାଧିକ ଷଡଯନ୍ତ୍ର କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପ୍ରସନ୍ନ ବେହେରାଙ୍କ ନାମରେ ଦଫା ୧୨୦(ବି), ୨୬୯, ୨୭୦, ୫୨ ଅବକାରି ଆକ୍ଟ, ୩, ୫, ୯୬ରେ ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁ କରିଛି।

ଏଣେ କମିସନରେଟ ପୁଲିସ ଗତକାଲିଠାରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛି। ଗତକାଲି ହୋଟେଲ ସାଉଥ ସିଟିରେ ପୁଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୁଲିସ ବିପୁଳ ପରିମାଣର ମଦ ଜବତ କରିଥିଲା

Spread the love