July 27, 2024

Satya News

odia news channel

ମମିତା ମେହେର ହତ୍ୟାକାଣ୍ଡ ଘଟଣା, ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି

 

ପୁରୀ ୨୭।୧୦: ମମିତା ମେହେର ହତ୍ୟାକାଣ୍ଡ ଘଟଣା । ପୁରୀରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି । ଏହି ରାଲିରେ ଅନେକ ବିଧାୟକ, ବିଜେପି ନେତା ସାମିଲ ଥିଲେ । ମମିତା ପରିବାରକୁ ନ୍ୟାୟ ଦାବିରେ ଏହି ରାଲିର ଆୟୋଜନ କରାଯାଇଛି ।

ମମିତାଙ୍କ ପରିବାରକୁ ନ୍ୟାୟ ଦେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର ଏବଂ ଗିରଫ ଦାରୀ ଦାବି କରିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା।  ଏନେଇ ଏକ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିରଠୁ ବାହାରି ଏସପି ଅଫିସ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବ୍ରହ୍ମଗିରି ବିଧାୟକ, ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବରିଷ୍ଠ ନେତା ଓ କର୍ମୀମନେ ଏହି ବିଶାଳ ରାଲିରେ ସାମିଲ ହୋଇଛନ୍ତି।

Spread the love