October 22, 2024

Satya News

odia news channel

ମହିଳା ବିଶ୍ୱକପ୍: ମ୍ୟାଚ୍‌ ଚାଲୁଥିବା ବେଳେ ଅମ୍ପାୟର ଗାଏବ୍‌, ଏହି ଅଷ୍ଟ୍ରେଲୀୟ କ୍ରିକେଟର ସମ୍ଭାଳିଳେ ଦାୟିତ୍ବ

 

ଓ୍ବେଲିଂଟନ୍,୨୫।୩: ନ୍ୟୁଜିଲାଣ୍ଡରେ ଏବେ ଆଇସିସି ମହିଳା ବିଶ୍ବକପ୍ ଖେଳା ଯାଉଛି। ଏହି ଭଳି ଭାବରେ ଗ୍ରୁପ ଷ୍ଟେଜର ୨୫ ତମ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ବାଂଲାଦେଶୀ ମହିଳା ଟିମ୍ ଭିତରେ ଶୁକ୍ରବାର ଖେଳାଯାଇଛି। ଏହା ଏକ ଔପଚାରିକ ମ୍ୟାଚ୍ ରହିଛି, କାରଣ ଅଷ୍ଟ୍ରେଲିଆ ଟିମ୍‌ ପୂର୍ବରୁ ହିଁ ସେମି ଫାଇନାଲରେ ପହଁଞ୍ଚି ସାରିଛି। ସେଭଳି ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି।

ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆର ଖେଳାଳି ମ୍ୟାଚ୍‌ ବେଳେ ଖୁବ୍ ମଜାଳିଆ ଢଙ୍ଗରେ ନଜର ଆସିଛନ୍ତି। ବିଶେଷ କରି ଓ୍ବିକେଟ କିପର ବ୍ୟାଟର ଏଲିସା ହିଲି ମ୍ୟାଚ୍‌ରେ ଜୋରଦାର ମସ୍ତି କରିଥିଲେ। ଏଭଳି ଏକ ସମୟରେ ଏଲିସା ମ୍ୟାଚ୍‌ରେ ଅମ୍ପାୟର ମଧ୍ୟ ହୋଇଯାଇଥିଲେ। ଏହା ବାଂଲାଦେଶର ବ୍ୟାଟିଂ ବେଳେ ୧୪ତମ ଓଭର ପରେ ଦେଖିବାକୁ ମିଳିଥିଲା। ଓଭରର ଶେଷ ବଲ୍‌ ହେବାପରେ ଷ୍ଟ୍ରାଇକ୍ ଚେଞ୍ଜ ହେବାର ଥିଲା। ଏହି ସମୟରେ ଫିଲ୍ଡ ଅମ୍ପାୟର ମଧ୍ୟ ନିଜର ପୋଜିଶନ୍ ଚେଞ୍ଜ କରୁଥିଲେ। ସେତେବେଳେ ଅଷ୍ଟ୍ରେଲିଆର ଓ୍ବିକେଟକିପର ନିଜର ସାଇଡ୍ ଚେଞ୍ଜ କରିବା ବେଳେ ଦେଖିବାକୁ ମିଳିଥିଲା ଯେ, ଅମ୍ପାୟରଙ୍କ ଜାଗା ଖାଲି ଥିଲା। ଏଭଳି ସ୍ଥିତିରେ ସେ ଏହାର ଫାଇଦା ଉଠାଇ ଅମ୍ପାୟରଙ୍କ ଜାଗାରେ ଠିଆ ହୋଇଯାଇଥିଲେ।

ଏହି ସମୟରେ ଷ୍ଟ୍ରାଇକ୍‌ରେ ଥିବା ବାଂଲାଦେଶୀ ବ୍ୟାଟର ଶାର୍ମିନ ଅଖତର କ୍ରିଜ୍‌ରେ ଗାର୍ଡଙ୍କୁ ନେବାର ଚେଷ୍ଟା କରୁଥିଲେ, ଏଥିରେ ଏଲିସା ହିଲି ଅମ୍ପାୟର ହୋଇ ତାଙ୍କର ସାହାଯ୍ୟ କରିଥିଲେ। ଏଲିସା ଏହି ଅମ୍ପାୟରିଂର ଭୂମିକା ବ୍ୟାଟରଙ୍କ ପାଇଁ ସମ୍ଭାଳିଥିଲେ। ଆଇସିସି ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି। କ୍ୟାପସନ୍‌ରେ ଲେଖାଯାଇଛି, ଅମ୍ପାୟର ନଥିଲେ ବି କିଛି ସମସ୍ୟା ନାହିଁ।

ବର୍ତ୍ତମାନ ବିଶ୍ବକପ୍ ଗ୍ରୁପ୍ ଷ୍ଟେଜ୍‌ରେ ଅଷ୍ଟ୍ରେଲିଆ ଓ ବାଂଲାଦେଶର ଏହା ଶେଷ ମ୍ୟାଚ୍ ଥିଲା। ବର୍ଷା ହେବା କାରଣରୁ ଏହି ମ୍ୟାଚ୍‌କୁ ୪୩ ଓଭରର କରି ଦିଆଯାଇଛି। ଏଥିରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ବାଂଲାଦେଶୀ ଟିମ୍‌ ୬ ଓ୍ବିକେଟ ହରାଇ ୧୩୫ ରନ୍ କରିଥିଲେ। ଜବାବ୍‌ରେ ଅଷ୍ଟ୍ରେଲିଆ ଟିମ୍‌ ୩୨.୧ ଓଭରରେ ୫ ଓ୍ବିକେଟ ହରାଇ ୧୩୬ ରନ୍ କରି ମ୍ୟାଚ୍ ନିଜ ନାମରେ କରିନେଇଥିଲେ। ଏଭଳି ଭାବରେ କଙ୍ଗାରୁ ଟିମ୍ ଏହି ଟୁର୍ଣ୍ଣମେଣ୍ଟରେ ଏପର୍ଯ୍ୟନ୍ତ ନିଜର ସମସ୍ତ ୭ଟି ମ୍ୟାଚ୍‌ ଜିତି ଓ ପଏଣ୍ଟ ଟେବଲର ଟପ୍‌ରେ ରହି ସେମି ଫାଇନାଲରେ ସ୍ଥାନ ପାଇଛି।

Spread the love