July 27, 2024

Satya News

odia news channel

ମାନ୍‌ ସରକାରଙ୍କ ବଡ଼ ଘୋଷଣା: ଏଣିକି ବିଧାୟକଙ୍କୁ ଗୋଟିଏ କାର୍ଯ୍ୟକାଳ ପାଇଁ ମିଳିବ ଭତ୍ତା

 

ଚଣ୍ଡିଗଡ଼: ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ଭତ୍ତା କାଟ୍‌ କରିବାକୁ ଘୋଷଣା କରିଛନ୍ତି। ବିଧାୟକଙ୍କ ପରିବାରକୁ ଦିଆଯାଉଥିବା ଭତ୍ତା ମଧ୍ୟ କଟାଯିବ। ସେହିପରି ଏଣିକି ପଞ୍ଜାବର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ କେବଳ ଗୋଟିଏ କାର୍ଯ୍ୟକାଳ ପାଇଁ ଭତ୍ତା ମିଳିବ। ଯେତେ ଥର ଜିତିଲେ ମଧ୍ୟ ଗୋଟିଏ ଅବଧି ପାଇଁ ପେନ୍‌ସନ୍‌ ପାଇବେ ବିଧାୟକ।

ଛଅ ଥର ବିଧାୟକ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜିନ୍ଦର କୌର ଭଟ୍ଟଲ, ଲାଲ ସିଂହ, ସରଭନ ସିଂହ ଫିଲ୍ଲୌରଙ୍କୁ ପ୍ରତ୍ୟେକ ମାସ ୩ ଲକ୍ଷ ୨୫ ହଜାର ଟଙ୍କା ମିଳୁଛି। ରବି ଇନ୍ଦର ସିଂହ, ବଲବିନ୍ଦର ସିଂହଙ୍କୁ ପ୍ରତ୍ୟେକ ମାସ ୨ଲକ୍ଷ ୭୫ ହଜାର ଟଙ୍କା ମିଳୁଛି। ସେହିପରି ୧୦ ଥରର ବିଧାୟକଙ୍କ ପେନ୍‌ସନ୍‌ ୬ଲକ୍ଷ ୬୨ ହଜାର ପ୍ରତିସାମ। ଏବେ ସମସ୍ତ ପୂର୍ବତନ ଓ ବର୍ତ୍ତମାନର ବିଧାୟକମାନଙ୍କୁ କେବଳ ୭୫ ହଜାର ଟଙ୍କା ଭତ୍ତା ମିଳିବ। ମାନ୍‌ ସରକାର ପାଞ୍ଚ ବର୍ଷରେ ୮୦ କୋଟି ଟଙ୍କା ସଞ୍ଚୟ କରିବେ ଏବଂ ଏହି ପରିମାଣ ଜନ କଲ୍ୟାଣ କାର୍ଯ୍ୟରେ ଖର୍ଚ୍ଚ କରାଯିବ।

Spread the love