October 23, 2024

Satya News

odia news channel

ମେଡିଆ ଟାଇକୁନ ରୁପର୍ଟ ମୋଡର୍କ ଓ ମଡେଲ ଜେରୀ ହଲଙ୍କ ଡିଭୋର୍ସ, ବିବାହର ୬ ବର୍ଷ ପରେ ହେଲେ ଅଲଗା

 

ଆମେରିକା ୨୩/୦୬: ମିଡିଆ ଟାଇକୁନ ବିଲିୟୋନେୟର ରୁପର୍ଟ ମୋଡର୍କ ଏବଂ ପୂର୍ବତନ ସୁପର ମଡେଲ ଜେରୀ ହଲଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି । ୯୧ ବର୍ଷୀୟ ରୁପର୍ଟ ନିଜ ଚତୁର୍ଥ ପତ୍ନୀ ଅର୍ଥାତ୍ ୬୫ ବର୍ଷୀୟ ଜେରୀ ହଲଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ୨୦୧୬ ମାର୍ଚ୍ଚରେ ଆମେରିକାନ ମଡେଲ ଜେରୀ ହଲଙ୍କ ସହ ଚତୁର୍ଥଥର ପାଇଁ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ।

ହେଲେ ଏବେ ୬ ବର୍ଷର ବିବାହରେ ପୁର୍ଣ୍ଣଛେଦ ଲଗାଇବେ ଆମେରିକାନ ବିଜନେସମ୍ୟାନ ତଥା ଫକ୍ସ ନିଉଜ, ଫକ୍ସ କର୍ପ, ସ୍କାଏ ନ୍ୟୁଜ ଓ ନ୍ୟୁଜ କର୍ପୋରେସନର ଆଦିର ପ୍ରତିଷ୍ଠାତା ରୁପର୍ଟ ମୋଡର୍କ। ତେବେ ଏ ନେଇ ଦୁହିଁଙ୍କ ଟିମ୍ କିମ୍ବା ପ୍ରତିନିଧି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ନିଜ ବୌବାହିକ ଜୀବନକୁ ନେଇ ରୁପର୍ଟ ବହୁ ସମୟରୁ ଚର୍ଚ୍ଚାରେ ରହିଆସିଛନ୍ତି।

ପୂର୍ବରୁ ସେ ୩ ଜଣଙ୍କୁ ବିବାହ କରିଥିଲେ ପରେ ସେମାନଙ୍କ ସାଙ୍ଗରେ ଡିଭୋର୍ସ ହୋଇଯାଇଥିଲା। ତାଙ୍କର ପ୍ରଥମ ପତ୍ନୀ ଥିଲେ ଅଷ୍ଟ୍ରେଲିଆର ଫ୍ଲାଇଟ ଅଟେଣ୍ଡାଣ୍ଟ ପେଟ୍ରିସିଆ ବୁକର ଯାହାଙ୍କ ସାଙ୍ଗରେ ତାଙ୍କର ଗୋଟିଏ ଝିଅ ଥିଲା । ୧୯୬୬ ମସିହାରେ ସେମାନେ ପରସ୍ପରଙ୍କଠୁ ଅଲଗା ହୋଇଯାଇଥିଲେ। ଦ୍ବିତୀୟ ପତ୍ନୀ ସ୍କଟଲାଣ୍ଡ ଜନ୍ମିତ ସାମ୍ବାଦିକା ଆନା ମୁଡୋର୍କ ମାନଙ୍କ ସାଙ୍ଗେ ତାଙ୍କର ୩ ସନ୍ତାନ ଥିଲେ ।

ନିଜ ତୃତୀୟ ପତ୍ନୀ ଓ୍ୱେଣ୍ଡି ଡେଙ୍ଗଙ୍କ ସହ ୨୦୧୪ ମସିହାରେ ବିବାହର ଦୀର୍ଘ ୧୪ ବର୍ଷପରେ ସେ ଛାଡପତ୍ର ନେଇଥିଲେ। ଅନ୍ୟପଟେ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଜେରୀ ହଲଙ୍କ ସାଙ୍ଗରେ ବନ୍ଧୁ ଓ ଆତ୍ମୀୟଜନଙ୍କ ପାଇଁ ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣାଥିଲା । ସେମାନଙ୍କ ଅନୁସାରେ ଦୁହେଁ ବହୁତ ଖୁସିଥିଲେ।

ଦୁହିଁଙ୍କୁ ଅନେକ ସମୟରେ ବିଭିନ୍ନ ଅବସରରେ ଏକାଠି ଦେଖିବାକୁ ମିଳୁଥିଲା । ଏବଂ ନିକଟରେ ରୁପର୍ଟଙ୍କ ୯୦ତମ ଜନ୍ମଦିନ ଉସ୍ହବରେ ମଧ୍ୟ ସାଙ୍ଗରେ ଦେଖାଯାଇଥିଲା। ଯଦି ଜେରୀଙ୍କ ସାଙ୍ଗରେ ତାଙ୍କର ବିଚ୍ଛେଦ ହୁଏ ତେବେ ଏହା ରୁପର୍ଟଙ୍କର ଚତୁର୍ଥ ଡିଭୋର୍ସ ହେବ ।

Spread the love