July 27, 2024

Satya News

odia news channel

ରୁଦ୍ର ନାରାୟଣ ପଲାଇ ହେଲେ ବିଏସଏନଏଲ ଓଡ଼ିଶା ସର୍କଲ ସିଜିଏମ୍

 

ଡେସ୍କ: ବିଏସଏନଏଲ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଭାବେ ରୁଦ୍ରନାରାୟଣ ପଲାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଓଡିଶା ଦୂରସଂଚାର ପରିମଣ୍ଡଳରେ କାର୍ୟ୍ୟରତ ସମସ୍ତ ଉଦ୍ୟୋଗ ବ୍ୟବସାୟିକ କ୍ଷେତ୍ର ମୁଖ୍ୟ, ଅଧିକାରୀ, କର୍ମଚାରୀ ତଥା ବିଏସଏନଏଲର ଗ୍ରାହକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ, ବନ୍ୟା ବାତ୍ୟା, ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ୟ୍ୟୟ ଭଳି ପ୍ରତିକୂଳ ପରିସ୍ଥିତିରେ ଦେଶ ତଥା ରାଜ୍ୟର ସମସ୍ତ ଭାଗରେ ଟେଲି ଯୋଗାଯୋଗ ସେବା ନିରବଛିନ୍ନ ଭାବେ ଯୋଗାଇ ଆସୁଛି ଓ ଆଗାମୀ ଦିନରେ ମଧ୍ୟ ଏହାର ଗ୍ରାହକମାନଙ୍କୁ ଆକର୍ଷଣୀୟ ଟାରିଫ୍ ସହ ଅସୀମିତ କଲ୍, ଡାଟା, ଏବଂ ଆଧୁନିକତମ ଟେଲି ସେବା ପ୍ରଦାନ ଜାରି ରଖିବ।

ଶ୍ରୀ ପଲାଇ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଭାରତ ସରକାରଙ୍କ ଉପକ୍ରମ ବିଏସଏନଏଲ ରାଜ୍ୟର ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କୁ ଲ୍ୟାଣ୍ଡଲାଇନ, ମୋବାଇଲ୍ ଏବଂ ଏଫଟିଟିଏଚ୍ ସେବା ଉପଲବ୍ଧ କରାଇବାକୁ ସର୍ବାଧିକ ଗୁରୁତ୍ୱ ଦେଇଆସୁଛି ଓ ବିଏସଏନଏଲର ଆକର୍ଷଣୀୟ ଟାରିଫ୍ ପ୍ଲାନ ଯୋଗୁଁ ଗ୍ରାହକମାନଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି ଓ ଅପ୍ଟିକାଲ୍ ଫାଇବର ମାଧ୍ୟମରେ ଓ୍ୱାଇ-ଫାଇ, ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ସହିତ ଘରେ ରହି ଅନଲାଇନ୍ ମାଧ୍ୟମରେ କାର୍ୟ୍ୟ କରୁଥିବା ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ଏବଂ ଅନଲାଇନ ମାଧ୍ୟମରେ କ୍ଲାସରେ ଯୋଡିହେବା ପାଇଁ ସବୁବର୍ଗର ଛାତ୍ର/ଛାତ୍ରୀମାନଙ୍କର ବିଏସ୍ଏନ୍ଏଲ୍ ପ୍ରଥମ ପସନ୍ଦ ଓ ଅପ୍ଟିକାଲ୍ ଫାଇବର ମାଧ୍ୟମରେ ଦୁର୍ଗମ ଗ୍ରାମାଞ୍ଚଳକୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବା ଦିଗରେ ବିଏସଏନଏଲର ଭୂମିକା ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଖୁବ୍ ଶୀଘ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଉନ୍ନତ ମାନର ଟାଓ୍ୱାର ସ୍ଥାପନ ସହିତ ୪ଜି ସେବା ଉପଲବ୍ଧ କରାଇବାକୁ ରୁଦ୍ରନାରାୟଣ ପଲାଇ ଦୃ଼ଢୋକ୍ତି ପ୍ରକାଶ କରିବା ସହିତ ଜନସାଧାରଣଙ୍କ ମତାମତକୁ ଅଗ୍ରାଧିକାର ଦେବାକୁ ଆଶାବ୍ୟକ୍ତ କରିଛନ୍ତି।

Spread the love