June 14, 2024

Satya News

odia news channel

ରେଳ ଧାରଣା କାଟିଦେଲେ ମାଓବାଦୀ, ମାଲବାହୀ ଟ୍ରେନ୍‌ର ୩ଟି ଇଞ୍ଜିନ୍ ଓ ୨୦ଟି ବଗି ଲାଇନଚ୍ୟୁତ

 

ମାଲକାନଗିରି ୨୭।୧୧: ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ରେଳ ଲାଇନକୁ ମାଓବାଦୀମାନେ କାଟି ଦେଇଛନ୍ତି । ଫଳରେ ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଓ ୨୦ଟି ବଗି ଲାଇନଚ୍ୟୁତ ହୋଇଛି ।

ଭାନସି ଓ କିରାଣ୍ଡୁଲ ମଝିରେ ମାଓବାଦୀମାନେ ଶୁକ୍ରବାର ରାତିରେ ରେଳ ଧାରଣା କାଟିବା ପରେ ଶନିବାର ସକାଳେ ମାଲବାହୀ ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଛି । ଘଟଣା ପରେ ବିଶାଖାପାଟଣାଠାରୁ କିରାଣ୍ଡୁଲ ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି ।

Spread the love