June 28, 2025

ରୋଟାରୀ କ୍ଲବ୍‍ର ଅଧିଷ୍ଠାନ ଉତ୍ସବ

 

ଚୌଦ୍ୱାର: ଚୌଦ୍ୱାର ରୋଟାରୀ କ୍ଲବ୍‍ର ୨୧ତମ ଅଧିଷ୍ଠାନ ଉତ୍ସବ ପାଳିତ ହୋଇ ଯାଇଛି। କପାଳେଶ୍ୱର ଶ୍ରୀ ସାଇ ବିହାରସ୍ଥିତ ରୋଟାରୀ ଭବନରେ ଶନିବାରଦିନ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଏସ୍‍ ସୁରେଶ ଚନ୍ଦ୍ର ପଣ୍ଡା , ରୋଟାରୀ ଜିଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଓ ମନୋରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଟୋରିଆନ୍‍ ମାନେ ଅଧିକରୁ ଅଧିକତର ଜନସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କ୍ଲବ୍‍ ମୁଖପତ୍ର ‘ଜାଗୃତି’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ୨୦୨୨-୨୩ ବର୍ଷପାଇ ସଭାପତି ଭାବେ କ୍ଷିତିନ୍ଦ୍ରନାଥ କାନୁନଗୋ ଏବଂ ସମ୍ପାଦକ ଭାବେ ସଂଜିତ୍‍ ଜେନାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ମ୍ୟାଟ୍ରିକ୍‍ ପରୀକ୍ଷାରେ ସର୍ବାଚ୍ଚ ନମ୍ବର ରଖିଥିବା ଅଞ୍ଚଳର ୨୧ ଜଣ ଛାତ୍ରଛାତ୍ରୀଙ୍କୁ କ୍ଲବ୍‍ ତରଫରୁ ସମ୍ବଦ୍ଧି’ତ କରାଯାଇଥିଲା।

ଡ. ଶ୍ରବଣୀ ବନ୍ଦୋପାଧ୍ୟାୟ, ଶରତ କୁମାର ଖୁଣ୍ଟିଆ, ବିଶ୍ୱକଲ୍ୟାଣ ଦାସ, କାଶୀନାଥ ମହାନ୍ତି, ପ୍ରତାପ କୁମାର ଶତପଥୀ, ଚୌଦ୍ୱାର ଉପ ନଗରପାଳ ଶୁଭେନ୍ଦୁ ସାମଲ, ଡ. ମୁରଲୀଧର ଦ୍ୱିବେଦୀ,ପଞ୍ଚାନନ ନାୟକ ପ୍ରମୁଖଙ୍କୁ କ୍ଲବ୍‍ର କର୍ମକର୍ତ୍ତା ଭାବେ ଅଧିଷ୍ଠିତ କରାଯାଇଥିଲା। ଡ. ଅମିତ୍‍ ପୃଷ୍ଟି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଜୟଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love