July 27, 2024

Satya News

odia news channel

ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

 

ପାଟଣା: ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟ ଅଧ୍ୟାପିକା ନିବେଦିତା ଶୁକ୍ଳାଙ୍କ ପରିଚାଳନାରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିଥିଲେ। ଏହି ସଭାରେ +୨ର ଅଧ୍ୟକ୍ଷ ନିରାକାର ସ୍ୱାଇଁ ଏବଂ +୩ର ଅଧ୍ୟକ୍ଷ ଦୈତାରି ମହାନ୍ତ ଅତିଥି ଭାବେ ଏବଂ ଜଗବନ୍ଧୁ ମହାନ୍ତ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ସଭାକୁ ମଣ୍ଡନ କରିଥିଲେ।

Spread the love