October 26, 2024

Satya News

odia news channel

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି

 

ଭୁବନେଶ୍ବର: ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲାରେ ମଙ୍ଗଳବାର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସେ ହାଇକୋର୍ଟ ଯାଇଥିବା ସୂଚନା ମିଳିଛି। ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ବଶୁରଙ୍କ ନାଁରେ ଏତଲା ଦେଇଥିଲେ ପ୍ରକୃତି।

ସୂଚନାଯୋଗ୍ୟ, ଠିକ୍‌ ମାସେ ତଳେ ଅର୍ଥାତ୍‌ ଜୁଲାଇ ୨୩ ତାରିଖରେ ପ୍ରକୃତିଙ୍କୁ ରାସ୍ତା ମଝିରେ ଆକ୍ରମଣ କରିଥିଲେ ତୃପ୍ତି। ବାବୁସାନ ଓ ପ୍ରକୃତି ଏକସଙ୍ଗେ ଗାଡ଼ିରେ ଯାଉଥିବା ବେଳେ ରାସ୍ତାରେ ଅଟକାଇ ପ୍ରକୃତିଙ୍କୁ ଗାଳିଗୁଲଜ ସହ ଚୁଟି ଟଣା ଓଟରା ଓ ଧକ୍କା ମାରିଥିଲେ ତୃପ୍ତି। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଅପରପକ୍ଷେ, ସ୍ବାମୀ ବାବୁସାନଙ୍କ ସହ ପ୍ରକୃତିଙ୍କର ପ୍ରେମ ସମ୍ପର୍କ ଥିବା ଓ ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ନଷ୍ଟ ହୋଇଥିବା ଅଭିଯୋଗ କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି।

Spread the love