କୁଆଁପାଳ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାହାଙ୍ଗା ବ୍ଲକ ଆଉ ଦୁଇପାଦ ଆଗକୁ ବଢିଛି। ମାହାଙ୍ଗା ଜଗନ୍ନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର- ୨ରେ ଯୋଡି ହୋଇଛି ନୂଆ ଅଧ୍ୟାୟ। ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦେବା ନେଇ ନବୀନ ସରକାରଙ୍କ ପକ୍ଷରୁ ୫କୋଟି ବ୍ୟୟରେ ଆରମ୍ଭ ହେବାକୁ ଥିବା ନୂତନ ଶିଶୁ ଓ ମାତୃ ଚିକିତ୍ସାଳୟର ମଙ୍ଗଳବାର ଶୁଭ ଶିଳାନ୍ୟାସ କରିଛନ୍ତି ବିଜେଡି ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରତାପ ଜେନା। ଯାହାକୁ ନେଇ ସ୍ଥାନୀୟ ୯ଟି ପଂଚାୟତ ର ବାସିନ୍ଦା ଉନ୍ନତମାନର ଚିକିତ୍ସା ସେବା ପାଇବା ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇବା ସହ ମନ୍ତ୍ରୀଙ୍କୁ ଶହଶହ ସଂଖ୍ୟାରେ ମହିଳା, ପୁରୁଷ, ଯୁବକ, ଯୁବତୀମାନେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।
ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ ବିଭାଗର ଆଶା, ଅଙ୍ଗନବାଡି କର୍ମୀ ଓ ମହିଳା ଉତ୍ସବରୃ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ଦୀନବନ୍ଧୁ ସାହୁ, ଦୀପକ ଦାଶ, ସତ୍ୟଜିତ ଦାସ, ପନଂଗ ଦାସ, ଜୟନ୍ତ ବିଶ୍ୱାଳ, କାହ୍ନୁଚରଣ ସାହୁ, ରିଆଯୁଲ ହୋଦା, ଗଗନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ !
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି