July 26, 2024

Satya News

odia news channel

୬୭ ପ୍ରତିଶତ ଇମ୍ପୋର୍ଟେଡ ଖେଳନା ଶିଶୁଙ୍କ ପାଇଁ ବିପଜ୍ଜନକ । ଜାଣନ୍ତୁ କେତେ ସୁରକ୍ଷିତ ଆପଣଙ୍କ ପିଲାଙ୍କ ଖେଳନା

୬୭ ପ୍ରତିଶତ ଇମ୍ପୋର୍ଟେଡ ଖେଳନା ଶିଶୁଙ୍କ ପାଇଁ ବିପଜ୍ଜନକ
ଜାଣନ୍ତୁ କେତେ ସୁରକ୍ଷିତ ଆପଣଙ୍କ ପିଲାଙ୍କ ଖେଳନା

ଭାରତରେ ପ୍ରାୟ ୬୭% ଆମଦାନୀ କରାଯାଇଥିବା ଖେଳନା ପିଲାଙ୍କ ପାଇଁ ବିପଜ୍ଜନକ । କ୍ୱାଲିଟୀ କାଉନସିଲ ଅଫ ଇଣ୍ଡିଆ (କୁ୍ୟ ସି ଆଇ)ର ପରୀକ୍ଷଣରୁ ଏହି ଖୁଲାସା ହୋଇଛି । ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଇମ୍ପୋର୍ଟେଡ ଟଏଜ ମଧ୍ୟରୁ ୬୬.୯୦% ଖେଳନା ଏହି ପରୀକ୍ଷାରେ ଫେଲ ହୋଇଯାଇଛି । ମାତ୍ର ୩୩.୧୦% ଖେଳନାର ଗୁଣବତ୍ତା ଠିକ ଥିବା ଏଥିରୁ ଜଣାପଡ଼ିଛି । କୁ୍ୟ ସି ଆଇ ପକ୍ଷରୁ ଦିଲ୍ଲୀ ଓ ଏନସିଆରରେ ଥିବା ବଜାରରେ ଉପଲବ୍ଧ ଖେଳନାଗୁଡ଼ିକୁ ପରୀକ୍ଷା କରାଯାଇଥିଲା । ଅଧିକାରୀମାନେ ବଜାରରେ ଉପଲବ୍ଧ ୧୨୧ କିସମର ଉତ୍ପାଦକୁ ଏନବିଏଲରୁ ମାନ୍ୟତାପ୍ରାପ୍ତ ଲ୍ୟାବରେ ଯାଞ୍ଚ କରିବା ପାଇଁ ପଠାଇଥିଲେ । ସେଠାରେ ସେଗୁଡ଼ିକର ଯାଞ୍ଚ ଭାରତୀୟ ମାନଦଣ୍ଡ ଅନୁସାରେ କରାଯାଇଥିଲା । ସେଗୁଡ଼ିକର ଗୁଣବତ୍ତା କମ ଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା । କୁ୍ୟ ସି ଆଇର ରିପୋର୍ଟ ଅନୁସାରେ ପ୍ଲାଷ୍ଟିକରେ ତିଆରି ୩୦% ଖେଳନା ଏହି ପରୀକ୍ଷାରେ ଫେଲ ହୋଇଯାଇଛି । ସେଗୁଡ଼ିକୁ ପ୍ରସ୍ତୁତ କରିବାରେ ଭାରତୀୟ ମାନଦଣ୍ଡଗୁଡ଼ିକୁ ପ୍ରୟୋଗ କରାଯାଇ ନଥିବା ସାମ୍ନାକୁ ଆସିଛି । ସଫ୍ଟ ଖେଳନାଗୁଡ଼ିକ କ୍ଷେତ୍ରରେ ୪୫% ଓ ଇଲେକ୍ଟ୍ରୋନିକ୍ସ ଖେଳନା ମଧ୍ୟରୁ ୭୫% ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହିଁ ।

Spread the love