May 17, 2024

Satya News

odia news channel

କେନ୍ଦ୍ରୀୟ ବିଦ୍ୟାଳୟ ପ୍ରବନ୍ଧନ ସମିତି ବୈଠକ ଅନୁଷ୍ଠିତ

 

ବୌଦ୍ଧ: ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଚଳିତ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ପ୍ରବନ୍ଧନ ସମିତିର ପ୍ରଥମ ବୈଠକ ସମିତିର ଅଧକ୍ଷ୍ୟ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ୍ୟା ରାଜଲକ୍ଷ୍ମୀ ବିଶ୍ୱାଳ ସମିତିର ସଦସ୍ୟ ମାନଙ୍କୁ ସ୍ୱାଗତ କରିବାସହ ଗତ ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସିବିଏସସି ବୋର୍ଡ ପରୀକ୍ଷା ଫଳ ବିଷୟରେ ଅବଗତ କରାଇଥିଲେ। ବିଦ୍ୟାଳୟର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତାବ ଗୁଡିକ ଅଧ୍ୟକ୍ଷ୍ୟାଙ୍କ ଦ୍ୱାରା ସମିତି ସମ୍ମୁଖରେ ଆଲୋଚନା ପାଇଁ ଉପସ୍ଥାପିତ ହୋଇଥିଲା।

ପ୍ରସ୍ତାବ ଗୁଡିକ ମଧ୍ୟରେ ବିଦ୍ୟାଳୟ ଖେଳ ପଡ଼ିଆର ଉନ୍ନତିକରଣ ବିଦ୍ୟାଳୟ ପରିସରରେ ଥିବା ବିଦ୍ୟୁତ ଟ୍ରାନସଫରମର ଉଚ୍ଚତା ବୃଦ୍ଧି,ବିଦ୍ୟାଳୟ ସମ୍ମୁଖ ରାସ୍ତା ନିୟମିତ ପରିସ୍କାର, ସ୍ପିଡ ବ୍ରେକର ସ୍ଥାପନ ଓ ମକଡ୍ରିଲ ଉପରେ ଆଲୋଚନା ହୋଇଥିଲା। ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ ଜିଲାପାଳ ଶ୍ରୀ ସାହୁ ପ୍ରସ୍ତାବ ଗୁଡିକର ଆଶୁସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରି ଅଧକ୍ଷ୍ୟାଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲା ତଫସିଲଭୁକ୍ତ ଜାତି ଓ ଉପଜାତି ଅଧକ୍ଷ୍ୟା ଶାନ୍ତିସୁଧା ପାତ୍ର, ଜବାହାର ନବୋଦୟ ବିଦ୍ୟାଳୟର ଅଧକ୍ଷ୍ୟା ଜୋଲି ଟମି, ଅଭିଭାବକ ମନୋରଞ୍ଜନ ଦାଶ, କଳ୍ୟାଣୀ ବେହେରା, ବୌଦ୍ଧ କୋର୍ଟ ଡାକଘର ମୁଖ୍ୟ ନମିତା ମିଶ୍ର ଓ ଶିକ୍ଷକ ମନୋଜ ପଶାୟତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love