April 29, 2026

କୋଭିଡ-୧୯ ଟିକାକରଣ ଅଭିଯାନ : ୮୯ କୋଟି ନିକଟତର

 

ନୂଆଦିଲ୍ଲୀ : କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୮୮  କୋଟିରୁ ଅଧିକ ପାନ ଟିକା ଦିଆଯାଇଛି । ଟିକାକରଣ ଅଭିଯାନରେ ଗୁରୁବାର ସାଢେ ୩ଟା ସୁଦ୍ଧା ୫୦ ଲକ୍ଷରୁ ଅଧିକ ପାନ ଟିକା  ଦିଆଯାଇଛି । ଏଥିସହ  ସହ ମୋଟ ୮୮ କୋଟି ୮୫ ଲକ୍ଷ, ୪୫ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି।

ଦେଶରେ ଗତକାଲି ୬୫ ଲକ୍ଷ ୩୪ ହଜାର ୩୦୬  ପାନ ଟିକା ଦିଆଯାଇଲା। ସାରା ଦେଶରେ ଏହି ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି । ଦେଶର ୨୫ ପ୍ରତିଶତରୁ ଅଧିକ ଯୋଗ୍ୟ ନାଗରିକଙ୍କର ସମ୍ପୂର୍ଣ୍ଣ ଟିକାକରଣ କରାଯାଇସାରିଲାଣି।

 

Spread the love