April 30, 2026

ରୋଜ୍ ଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଓଡ଼ିଶା ମୁଖ୍ୟ ଗିରଫ

 

ଭୁବନେଶ୍ବର: ରୋଜ୍ ଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଓଡ଼ିଶା ଶାଖାର ଆଞ୍ଚଳିକ ପରିଚାଳକ ବିକ୍ରମଜିତ ଭୌମିକ ଗିରଫ ହୋଇଥିବାର ଖବର ମିଳିଛି। ତାଙ୍କୁ ପଶ୍ଚିମବଙ୍ଗର ମଇନାରୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ବିକ୍ରମଜିତ ଭୌମିକଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ସେ ଦୀର୍ଘଦିନ ଧରି ଫେରାର ଥିଲେ।

ପୂର୍ବରୁ ରୋଜ୍ ଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଅଧ୍ୟକ୍ଷ ଗୌତମ କୁଣ୍ଡୁ ଓ ପରିଚାଳନା ନିର୍ଦେଶକ ଶିବମୟ ଦତ୍ତଙ୍କୁ ଗିରଫ କରଯାଇଥିଲା। ଏହି ସଂସ୍ଥା ଲୋକଙ୍କ ଠୁ କୋଟି କୋଟି ଟଙ୍କା ନେଇ ଠକିଥିବାର ଅଭିଯୋନଗ ହୋଇଥିଲା।

Spread the love