April 26, 2026

ସଫେଇନାଳରେ ଭାସୁଛି ମଣିଷ କଙ୍କାଳ

 

ପିପିଲି:ପିପିଲି ଥାନା ଅନ୍ତର୍ଗତ କରିମୂଳ ଗ୍ରାମ ନିକଟ ସଫେଇନାଳରେ ଏକ ମଣିଷ କଙ୍କାଳ ଭାସୁଥିବା ସୂଚନା ମିଳିଛି। କରିମୂଳ ଗ୍ରାମ ସ୍ଥିତ ଏକ ଫାର୍ମହାଉସ ନିକଟ ଦେଇ ଯାଇଥିବା ସଫେଇନାଳରେ ମଣିଷର ଖପୁରୀଟି ଭାସୁଥିବା ବେଳେ କଙ୍କାଳର କିଛି ଅଂଶ ସଫେଇନାଳ ବନ୍ଧରେ ପଡିିଥିବା ଦେଖିଥିବା ମିଳିଛି।

ଆଜି ସେଠାକୁ ମାଛ ଧରିବାକୁ ଯାଇଥିବା କେତେକ ଲୋକେ ଦେଖିବା ଏହା ପରେ ସଂନ୍ଧ୍ୟାରେ ପିପିଲି ପୁଲିସକୁ ଖବର ଦେଇଥିଲେ। ପିପିଲିଥାନା ଏସ୍‍ଆଇ ସନ୍ଦୀପ ଦାସ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ, ପ୍ରହଲ୍ଲାଦ ବରାଳ ପ୍ରମୁଖ ସଂନ୍ଧ୍ୟା ୭ଟାରେ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଆସନ୍ତା କାଲି ସକାଳେ ଉକ୍ତ ଖପୁରୀ ଓ କଙ୍କାଳକୁ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି।

Spread the love