September 8, 2024

Satya News

odia news channel

୨୦୨୦ରେ ଚାକିରିକୁ ନେଇ ସତର୍କ ରୁହନ୍ତୁ ଏହି ରାଶିର ଲୋକେ

୨୦୨୦ରେ ଚାକିରିକୁ ନେଇ ସତର୍କ ରୁହନ୍ତୁ ଏହି ରାଶିର ଲୋକେ

  • ରାଶିଫଳ ୨୦୨୦:
    ଚାକିରି ଓ ବେପାରକୁ ନେଇ ନୂଆବର୍ଷ କାହା ପାଇଁ ଭଲ ତ ଆଉ କାହା ଲାଗି ଚ୍ୟାଲେଞ୍ଜପୂର୍ଣ୍ଣ ରହିବ । ଆଜି ଆମେ କ୍ୟାରିୟର ରାଶିଫଳ ସାହାଯ୍ୟରେ ଏହା ଜାଣିବା ଯେ ନୂଆବର୍ଷରେ କେଉଁ ରାଶିର ଲୋକେ ବେଶି ଆହ୍ୱାନର ସମ୍ମୁଖୀନ ହେବେ । ଏପରି ୫ ରାଶି ଅଛନ୍ତି, ଯାହାଙ୍କୁ ବର୍ଷ ୨୦୨୦ରେ ନିଯୁକ୍ତି-ବ୍ୟବସାୟରେ ପ୍ରତିବନ୍ଧକଗୁଡ଼ିକୁ ସାମ୍ନା କରିବାକୁ ପଡ଼ିପାରେ । କିନ୍ତୁ ଏହି ରାଶିଫଳରେ ଆପଣଙ୍କୁ ସେହି ଅସୁବିଧାଗୁଡ଼ିକୁ ଦୂର କରିବାର ଉପାୟ ବତାଇ ଦିଆଯାଉଛି । ଆସନ୍ତୁ ଜାଣିବା ଏପରି କେଉଁ ରାଶି ଅଛନ୍ତି, ଯାହାଙ୍କ ପାଇଁ ଆଗକୁ ଅଡ଼ୁଆ ଅଛି…

ମିଥୁନ : କ୍ୟାରିୟର ରାଶିଫଳ ୨୦୨୦ ଅନୁସାରେ, ଏହି ବର୍ଷ ଆପଣଙ୍କ କ୍ୟାରିୟର ପାଇଁ ବହୁତ ଅଧିକ ଅନୁକୂଳ ନୁହେଁ । ଆପଣଙ୍କୁ ଏହି ବର୍ଷ ଚାକିରି କ୍ଷେତ୍ରରେ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ସମୟ ଏ ବର୍ଷ ଆପଣଙ୍କ ପରୀକ୍ଷା ନେବ । ତେଣୁ ବିଫଳତାକୁ ନେଇ ଚିନ୍ତା କରନ୍ତୁ ନାହିଁ । ବରଂ ସେଗୁଡ଼ିକରୁ ଶିକ୍ଷାଲାଭ କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଧୈର୍ଯ୍ୟର ସହିତ କାମ କରିବା ହିଁ ଆପଣଙ୍କ ପାଇଁ ଉଚିତ ହେବ । ଚାକିରିରେ ଉତ୍ତରଦାୟିତ୍ୱ ମିଳିଲେ ତାକୁ ସହଜରେ ଗ୍ରହଣ କରିନିଅନ୍ତୁ । ଉପାୟ: ସବୁଠୁ ଭଲ ମରକତ ମଣି ପିନ୍ଧନ୍ତୁ ।

    କର୍କଟ: କର୍କଟ ରାଶିର ଜାତକଗୁଡ଼ିକ ପାଇଁ ନୂଆବର୍ଷରେ କ୍ୟାରିୟର ଜୀବନ ସ୍ୱାଭାବିକ ରହିବ । ଭାଗ୍ୟ ଅପେକ୍ଷା ନିଜ ପରିଶ୍ରମରେ ଆପଣ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇ ପାରିବେ । ଯଦି ଆପଣ ନିଜ ଚାକିରି ଜୀବନକୁ ସାନଦାର ବନାଇବାକୁ ଚାହାଁନ୍ତି ତେବେ ନିଜ ସହକର୍ମୀମାନଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା କରନ୍ତୁ । ବସ୍ ଚାହୁଁଥିବା କାମକୁ ସୁଚାରୁ ରୂପେ ସମ୍ପାଦନ କରନ୍ତୁ । ଚାକିରିକୁ କେବଳ ଚାକିରି ବୋଲି ମନେକରନ୍ତୁ ନାହିଁ । ବରଂ ଏହାକୁ ନିଜ ପ୍ୟାସନ ବୋଲି ଧରିନିଅନ୍ତୁ । ଉପାୟ: ଦୋମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।

    ତୁଳା : ତୁଳା ରାଶିର ବ୍ୟକ୍ତିମାନେ ଏହି ବର୍ଷ ଭଲ ପରିଣାମ ପାଇବା ପାଇଁ କଠିନ ପରିଶ୍ରମ କରନ୍ତୁ । ଆପଣଙ୍କୁ ନିଜ କମୁ୍ୟନିକେଶନ ସ୍କିଲ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଏଥିରେ ଆପଣ କର୍ମସ୍ଥଳରେ ଭଲ ସମ୍ପର୍କ ତିଆରି କରିବାରେ ସଫଳତା ପାଇବେ ଏବଂ ନିଜ ନୂଆ ବିଚାରଗୁଡ଼ିକୁ ସିନିୟର ଅଧିକାରୀମାନଙ୍କ ଆଗରେ ରଖିବାକୁ ସୁଯୋଗ ମଧ୍ୟ ମିଳିବ । ଉପାୟ: ଶୁକ୍ରବାର ଛୋଟ ଝିଅମାନଙ୍କୁ ପ୍ରସନ୍ନ କରନ୍ତୁ । ସେମାନଙ୍କୁ ମିଷ୍ଟାନ୍ନ ଦିଅନ୍ତୁ ।

    ବିଚ୍ଛା : ଚାକିରି-ପେଶା ପାଇଁ ବର୍ଷ ୨୦୨୦ ମିଶ୍ର ଫଳ ନେଇ ଆସିପାରେ । ଏହି ଅବଧି ମଧ୍ୟରେ ଆପଣଙ୍କ କମି ନିଜ କର୍ମକ୍ଷେତ୍ରକୁ ଦୁର୍ବଳ କରିଦେଲେ ଆତ୍ମବିଶ୍ୱାସ ଆପଣଙ୍କୁ ନୂଆ ମାର୍ଗ ଦେଖାଇବ । କିଛି ମାମଲାରେ ଭାଗ୍ୟ ବି ଆପଣଙ୍କୁ ସାଥ୍ ଦେବ । ନିଜ କାର୍ଯ୍ୟର ପରିଣାମକୁ ନେଇ ହତାଶ ହେବା ଅନାବଶ୍ୟକ । ଓଲଟା ସେଗୁଡ଼ିକରୁ ଶିକ୍ଷା ନିଅନ୍ତୁ ।
ଉପାୟ: ପ୍ରତି ମଙ୍ଗଳବାର ବଜରଙ୍ଗ ବାଣ ପାଠ କରନ୍ତୁ ।

    କୁମ୍ଭ : ଚାକିରି-ବ୍ୟବସାୟ ପାଇଁ ଏହି ବର୍ଷ ନିଜ ଉପରେ ହିଁ ନିରାଶ ହେବାକୁ ପଡ଼ିପାରେ । ନିଜ କାର୍ଯ୍ୟକୁ ନେଇ ମନରେ ହୀନ ଭାବନା ଆସିପାରେ । ଏପରି ସ୍ଥିତିରେ ନିଜକୁ ସମ୍ଭାଳନ୍ତୁ ଆଉ ଧୈର୍ଯ୍ୟ ହରାନ୍ତୁ ନାହିଁ । ଯଦି ଆପଣ ଏହି ବର୍ଷ ପାର୍ଟନରଶିପରେ କୌଣସି କାରବାର ଆରମ୍ଭ କରୁଛନ୍ତି ତେବେ ସେଥିରେ ଆପଣଙ୍କୁ ସଫଳତା ମିଳିପାରେ । ଏଥିପାଇଁ ଏପ୍ରିଲ-ଜୁନ୍ ମାସ ଉତ୍ତମ । ଉପାୟ: ନୀଲମ ଧାରଣ କରନ୍ତୁ ।

Spread the love