July 27, 2024

Satya News

odia news channel

୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୮୭ ନୂଆ କରୋନା ରୋଗୀ

 

ଭୁବନେଶ୍ୱର: ଆଜି ରାଜ୍ୟରେ ୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୩୬। ସମସ୍ତ ନୂଆ ରୋଗୀ ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

ସର୍ବାଧିକ ରୋଗୀ ଚିହ୍ନଟ  ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାରୁ। ଆଜି ଏହି ଜିଲ୍ଲାରୁ ୨୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ରୁ ୨, ବଲାଙ୍ଗିର, ଜଗତ୍‌ସିଂହପୁର, କେନ୍ଦୁଝର,  ଗଜପତି, କୋରାପୁଟ ଓ ଦେବଗଡ଼ରୁ ଜଣେ ଲେଖାଏ, କଟକ ଓ ସମ୍ବଲପୁରରୁ ୬ ଜଣ ଲେଖାଏ, ଗଞ୍ଜାମ, ରାୟଗଡାରୁ ୪ ଜଣ ଲେଖାଏ, ଜାଜପୁରରୁ ୨, ଝାରସୁଗୁଡାରୁ ୩, ଖୋର୍ଦ୍ଧାରୁ ୭, ମୟୂରଭଞ୍ଜରୁ ୯, ପୁରୀରୁ ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।  ସେହିପରି ଷ୍ଟେଟ ପୁଲ୍‌ରୁ ୩ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଥାଉ କି, ଗତକାଲି ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ଥିଲା। ଗତକାଲି ୧୮ ଜିଲ୍ଲାରୁ ମୋଟ୍ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Spread the love