September 19, 2024

Satya News

odia news channel

Month: December 2021

1 min read

  ଶ୍ରୀନଗର : ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଡିସେମ୍ବର ୧୩ରେ ଗୁଳି ବିନିମୟ ବା ଏନକାଣ୍ଟର ବିରୋଧରେ ବିରୋଧୀ ତଥା ଦେଶ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ...

1 min read

ଏନକାଉଣ୍ଟରକୁ ବିରୋଧ ଓ ଦେଶ ବିରୋଧୀ ସ୍ଲୋଗାନ ପାଇଁ ମା-ଝିଅ ଗିରଫ : ପୁଲିସକୁ ସମାଲୋଚନା ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By Amulya Last updated Dec 18, 2021 Image source : Twitter Share ଶ୍ରୀନଗର : ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଡିସେମ୍ବର ୧୩ରେ ଗୁଳି ବିନିମୟ ବା ଏନକାଣ୍ଟର ବିରୋଧରେ ବିରୋଧୀ ତଥା ଦେଶ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ପୁଲିସ ଗିରଫ କରିଛି। ତେବେ ପୁଲିସ ଏହି ପଦକ୍ଷେପ ପାଇଁ କାଶ୍ମୀର ଉପତ୍ୟକାରେ ବହୁ ସମାଲୋଚନାର ଶିକାର ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ସହ କଥା ହେବା ପରିବର୍ତ୍ତେ ପ୍ରଶାସନ ଲୋକଙ୍କ ବିରୋଧରେ ଛିଡା ହୋଇଛି। ସେ କହିଛନ୍ତି ଯେ ବର୍ତ୍ତମାନ କାଶ୍ମୀର ପ୍ରଶାସନ ଜଣେ ମହିଳାଙ୍କୁ ଗିରଫ କରିବା ଭଳି ଘଟଣାରେ ନିମ୍ନ ସ୍ତରକୁ ଚାଲି ଆ​‌ସିଛି। ପିପୁଲ୍ସ କନଫରେନ୍ସର ସଭାପତି ସଜ୍ଜାଦ ଗାନି ଲୋନ କହିଛନ୍ତି ଯେ କେବଳ ବିରୋଧ ପ୍ରଦର୍ଶନ ପାଇଁ ଦୁଇଜଣ ମହିଳାଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ । ଲୋନ କହିଛନ୍ତି, ଯେଉଁଠାରେ ସରକାରଙ୍କ ଖଣ୍ଡା ସବୁବେଳେ ଆମ ମୁଣ୍ଡରେ ଝୁଲୁଛି ସେହି ସ୍ଥାନରେ ରହିବା ଅତ୍ୟନ୍ତ ଦୁଃଖଦାୟକ। RELATED POSTS ଓମିକ୍ରନର ନୂଆ ଲକ୍ଷଣ Dec 18, 2021 ପ୍ରତିଶୋଧ ପାଇଁ ୨୫୦ କୁକୁର ପିଲାଙ୍କୁ… Dec 18, 2021 ଗିରଫ ହୋଇଥିବା ମହିଳାମାନେ ଶ୍ରୀନଗରର ରଙ୍ଗରେଥ ୱାନାବଲ୍ ଅଞ୍ଚଳର ଆଶିକ୍ ଅହମ୍ମଦ ସୋଫିଙ୍କ ପତ୍ନୀ ଆଫ୍ରୋଜା ଏବଂ ସେମାନଙ୍କ ଝିଅ ଆୟେଶା ବୋଲି ଜଣାପଡିଛି। ସେମାନଙ୍କୁ ମହିଳା ପୁଲିସ ଥାନା ରାମବାଗରେ ରଖାଯାଇଛି। ରଙ୍ଗରେଥରେ ହୋଇଥିବା ଏନକାଉଣ୍ଟରରେ ସେମାନେ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ପୁଲିସ କହିଛି । ନିହତ ହୋଇଥିବା ଉଭୟ ବ୍ୟକ୍ତି ଅନେକ ଆତଙ୍କବାଦୀ ମାମଲା ଏବଂ ନାଗରିକଙ୍କୁ ଅତ୍ୟାଚାରରେ ଜଡିତ ଥିଲେ ଏବଂ ଶ୍ରୀନଗର ସହରରେ ଘଟିଥିବା ହତ୍ୟାକାଣ୍ଡରେ ମଧ୍ୟ ସେମାନଙ୍କର ଭୂମିକା ରହିଥିଲା। ଜଣେ ବୃଦ୍ଧ ବ୍ୟକ୍ତି, ନିଜର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କେବଳ ନିଜର ଭାବନା ପ୍ରକାଶ କରିଥିବାରୁ ତାଙ୍କୁ ଜେଲରେ କାହିଁକି ରଖାଗଲା ? ସେମାନଙ୍କର ଅପରାଧ କ’ଣ ? ସେମାନେ ଆତଙ୍କବାଦୀ ନୁହଁନ୍ତି। ଏହିପରି କାର୍ଯ୍ୟ କେବଳ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବିଚ୍ଛିନ୍ନତା ଏବଂ କ୍ରୋଧ ସୃଷ୍ଟି କରେ।

  ଶ୍ରୀନଗର : ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଡିସେମ୍ବର ୧୩ରେ ଗୁଳି ବିନିମୟ ବା ଏନକାଣ୍ଟର ବିରୋଧରେ ବିରୋଧୀ ତଥା ଦେଶ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ...

  ଭୁବନେଶ୍ୱର: ଭାରତର ପ୍ରତିରକ୍ଷା ବିଭାଗ ପକ୍ଷରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ଆଜି ସଫଳତାର ସହିତ ପରୀକ୍ଷା କରାଯାଇଛି। ଓଡ଼ିଶାର ବାଲେଶ୍ୱର ଜିଲାସ୍ଥିତ ଚାନ୍ଦିପୁର ପରୀକ୍ଷଣ ସ୍ଥଳରୁ...

1 min read

  ପ୍ରସିଦ୍ଧ ଟିକା  ନିର୍ମାତା ଫାଇଜର କମ୍ପାନୀ ଚେତାବନୀ ଦେଇଛି ଯେ କରୋନା ମହାମାରୀର ପ୍ରଭାବ ୨୦୨୪ ବର୍ଷ ପର୍ଯ୍ୟନ୍ତ ରହିପାରେ। ବିଶ୍ବର ଅନେକ ଦେଶରେ ନୂତନ...

  ଭୁବନେଶ୍ବର : ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ, ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ଜନ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ...

  ଡେରାଡୁନ: ପରୀ ରାଇଜକୁ ନେଇ ଅନେକ ଲୋକକଥା ରହିଛି । ପରୀମାନେ କିଭଳି ଅତି ସୁନ୍ଦର, ସେମାନେ କେମିତି ପୃଥିବୀ ପୃଷ୍ଠରେ ସନ୍ତୁଷ୍ଟ ହେଉଥିବା ଲୋକଙ୍କର...

  ଗୁଆହାଟି (ଆସାମ): ମିଛ ଏନକାଉଣ୍ଟର ଏକ ନାରକୀୟ ଘଟଣା । ଏକ ସଭ୍ୟ ସମାଜରେ ତାହାର ସ୍ଥାନ ନାହିଁ ବୋଲି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର...

  ଡୁଣ୍ଡିଗଲ: ପାକିସ୍ତାନ ଓ ଚୀନ ପଟୁ ସୃଷ୍ଟି ହେଉଥିବା ବିପଦ ସମ୍ପର୍କରେ ଭାରତୀୟ ବାୟୁସେନା ନିରନ୍ତର ଆକଳନ କରୁଛି । ଲଦାଖରେ କିଛି ଅଞ୍ଚଳରେ ଉଭୟ...

1 min read

  କଣ୍ଟାବାଞ୍ଜି, : କଣ୍ଟାବାଞ୍ଜି ଏନ୍ଏସିର ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବର୍ତ୍ତମାନ କଣ୍ଟାବାଞ୍ଜି ସହରରେ ଅନେକ ସ୍ଥାନରେ ଏନ୍ଏସି...