July 27, 2024

Satya News

odia news channel

୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ

ଦୁଇ ଦିନ ଧରି ଚାଲିବ ଆନ୍ଦୋଳନ

୨୨ତାରିଖ ଦିନ ପ୍ରତ୍ୟେକ ଜିଲ୍ଲା ହେଡ କ୍ୱାର୍ଟରରେ ହେବ ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସ ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ହେଲା ଆଲୋଚନା

ବିଜେପି ସରକାରଙ୍କ ଇଙ୍ଗିତରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଅର୍ଥାତ ଇଡି

 

କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଯେଉଁଭଳି ଆକ୍ରୋଶମୂଳକ ଭାବେ ସମନ କରିଛି, ଏହାର ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟିଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୧ ତାରିଖ ଗୁରୁବାର ଦିବା ୧୧ ଘଟିକା ସମୟରେ ଭୁବନେଶ୍ୱର କଂଗ୍ରେସ ଭବନଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରିବ

ଏହି ଶୋଭାଯାତ୍ରା ରାଜମହଲ , ଏଜି , ରାଜଭବନ , ପାୱାର ହାଉସ , ଡିଏଭି ସ୍କୁଲ ଓ ସିଆରପି ଛକ ଦେଇ ଇଡି ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ କରାଯିବ

ଏହି ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଅଧ୍ୟକ୍ଷତାରେ କରିବେ।

ଏହି କାର୍ଯ୍ୟକ୍ରମରେ ସମସ୍ତ ପୂର୍ବତନ ପିସିସି ସଭାପତି / ପିସିସି ସଭ୍ୟ / ଏଆଇସିସି ସଭ୍ୟ / ସାଂସଦ ଓ ବିଧାୟକ / ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ / ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ଦଳୀୟ ପ୍ରାର୍ଥି / ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତାଗଣ ନିଜର ସମର୍ଥକ ଓ କର୍ମିବନ୍ଧୁ ସମସ୍ତେ ଆସନ୍ତା ୨୧ ତାରିଖ ସକାଳ ୧୦ଘଂଟା ସମୟରେ ଭୁବନେଶ୍ୱର କଂଗ୍ରେସ ଭବନଠାରେ ଉପସ୍ଥିତ ରହିବାକୁ ଶ୍ରୀ ପଟ୍ଟନାୟକ ଦେଇଛନ୍ତ।

ସେହିପରି ଏହାର ପରଦିନ ଅର୍ଥାତ ୨୨ ତାରିଖ ଶୁକ୍ରବାର ଦିନ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂପୃକ୍ତ ଜିଲ୍ଲା ସଦରମହକୁମା ଠାରେ ଇଡିଙ୍କର ଏହି ସମନ ପ୍ରତିବାଦରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ କଂଗ୍ରେସ ଭବନରେ ଆୟୋଜିତ ବୈଠକରେ ନିଷ୍ପତି ହୋଇଅଛି ।

ଜିଲ୍ଲା କଂଗ୍ରେସ କମିଟି ସଭାପତିମାନେ ନିଜ ଜିଲ୍ଲାରେ ଅଧିକରୁ ଅଧିକ ସଂଖ୍ୟକ ଜିଲ୍ଲା ନେତୃବୃନ୍ଦ ଓ କର୍ମୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଇ ସଫଳ କରାଇବେ ।
ଉପରୋକ୍ତ ୨୧ ତାରିଖ ଓ ୨୨ ତାରିଖ ଉଭୟ କାର୍ଯ୍ୟକ୍ରମ ଯେପରି ସଫଳ ହୁଏ ସେଥିପାଇଁ ଦଳୀୟ ପ୍ରାର୍ଥିମାନେ ଓ ଜିଲ୍ଲା କଂଗ୍ରେସ ସଭାପତିମାନେ ଉଦ୍ୟମ କରିବାକୁ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟନାୟକ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ସତ୍ୟ ନ୍ୟୁଜ ଟୋଣ୍ଟି ଫୋର

Spread the love