March 22, 2025

ଏଲଆଇସି ଅଫିସ ନିକଟରୁ ୨୩ ଲକ୍ଷ ଲୁଟ

ଖୋର୍ଦ୍ଧା,୨୪/୧: ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ପାଖରେ ଥିବା ଏଲଆଇସି ଅଫିସ ନିକଟରୁ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କଠାରୁ ୨୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଜଣେ ଘରୋଇ କମ୍ପାନୀର କର୍ମଚାରୀ ବାପୁଜୀ ମହାରଣାଙ୍କଠାରୁ ବନ୍ଧୁକ ଦେଖାଇ ୨୩ ଲକ୍ଷ ୬୮ ହଜାର ଟଙ୍କା ଲୁଟ ହେଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏ ନେଇ ଟାଉନ ଥାନାରେ ଏତଲା ଦାୟର ହୋଇଛି। ଟାଉନ ଥାନା ପୋଲିସ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରିରଖିଛି। ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ବାପୁଜୀ ମହାରଣା ଅପରାହ୍ଣ ୩ଟାରେ ଥାନାରେ ଏତଲା ଦେଇଥିବାବେଳେ ଘଟଣାଟି ପୂର୍ବାହ୍ଣ ୧୧ଟାରେ ଘଟିଥିବା ଉଲ୍ଲେଖ କରିଥିଲେ। ଫଳରେ ପୋଲିସ ପ୍ରଥମେ ତାଙ୍କୁ ସନ୍ଦେହ କରି ଘଟଣାସ୍ଥଳକୁ ନେବା ସହ ତାଙ୍କ ସହ ଆସିଥିବା ଆଉ ଦୁଇଜଣଙ୍କୁ ମଧ୍ୟ ଅଟକ ରଖିଥିଲା।

Spread the love