
Coronavirus. COVID-19. 3D Render
ଭୁବନେଶ୍ୱର: ଆଜି ରାଜ୍ୟରେ ୧୨୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୦୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୫୧୧ ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ତେବେ ଖୁସିର କଥା, ଖୋର୍ଦ୍ଧା ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଆଜି ଖୋର୍ଦ୍ଧାରେ ୯୨ ଜଣ ନୂଆ ପଜିଟିଭ ଚିହ୍ନଟୂ ହୋଇଛନ୍ତି। ଆଜିର ରିପୋର୍ଟ ଅନୁଯାୟୀ, ବାଲେଶ୍ୱର ଏବଂ ସୁନ୍ଦରଗଡରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦୁଇ ଜିଲ୍ଲାର ୧୦୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
ଏହା ପଛକୁ ଅଛି କଟକ। କଟକରୁ ଆଜି ୧୦୬ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଗଞ୍ଜାମରେ ୧୫ କରୋନା ରୋଗୀ ଆଜି ଚିହ୍ନଟ ହୋଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍