July 27, 2024

Satya News

odia news channel

୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ

 

ମୁମ୍ବାଇ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୨ ବର୍ଷ ପୂରଣ ହୋଇଛି।  ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ଆକ୍ରଣ ହୋଇଥିଲା । ଆଜି ମାନେ ଗୁରୁବାର ଦିନ ଏହି ଘଟଣାକୁ ୧୨ ବର୍ଷ ପୂରୁଛି । ସହିଦ ପୋଲିସ ଓ ସୁରକ୍ଷକର୍ମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ତେବେ ଅନୁଷ୍ଠିତେ ହେବାକୁ ଥିବା କାର୍ଯ୍ୟକ୍ରମ ଦକ୍ଷିଣ ମୁମ୍ବାଇର ପୋଲିସ ମୁଖ୍ୟାଳୟରେ ନବନିର୍ମିତ ସ୍ମାରକ ସ୍ଥଳରେ ହେବ । ଏହି କାର୍ଯ୍ୟକ୍ରମରେ ସହିଦ ସୁରକ୍ଷାକର୍ମୀଙ୍କୁ ପରିବାର ଲୋକ ସାମିଲ ହେବ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କେଶୟାରୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ଅନିତ ଦେଶମୁଖ, ପୋଲିସ ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସଓ୍ୱାଲ, ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।

ସୂଚନାଯୋଗ୍ୟ ଯେ, ୨୬ ନଭେମ୍ବର ୨୦୦୮ରେ ଲସ୍କର-ଏ-ତୋଇବାର ୧୦ଜଣ ଆତଙ୍କବାଦୀ ସମୁଦ୍ର ରାସ୍ତାରେ ମୁମ୍ବାଇରେ ପ୍ରବେଶ କରିଥିଲେ । ସାଜିଥିଲେ ମୃତ୍ୟୁର ତାଣ୍ଡବଲୀଳା । ୧୮ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୬୬ଲୋକଙ୍କୁ ହତ୍ୟା କରିବା ସହ ଅନେକ ଲୋକଙ୍କୁ ଆହତ କରିଥିଲେ । ଏହି ସମୟରେ ଏନଏସ୍‌ଜି ଓ ଅନ୍ୟ ସୁରକ୍ଷାକର୍ମୀମାନେ ୯ଜଣ ଆତଙ୍କବାଦୀଙ୍କୁ ନିହତ କରିବା ସହ ଜଣେ ଜୀବନ୍ତ ଆତଙ୍କବାଦୀ ଅଜମଲ୍‌ ଆମିର କସାବକୁ ଗିରଫ କରିବାରେ ସଫଳ ହୋଇଥିଲା । ଶେଷରେ ୨୧ ନଭେମ୍ବର ୨୦୧୨ରେ କସାବକୁ ଫାଶୀ ଦିଆଯାଇଥିଲା ।

ତେବେ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଏଟିଏସ୍‌ର ପୂର୍ବତନ ପ୍ରମୁଖ ହେମନ୍ତ କରକର, ସେନା ମେଜର ସନ୍ଦୀପ ଅନୀକୃଷ୍ଣନ, ମୁମ୍ବାଇର ଅତିରିକ୍ତ ପୋଲିସ କମିଶନର ଅଶୋକ କାମତ ଏବଂ ବରିଷ୍ଠ ପୋଲିସ ଅଧିକାରୀ ବିଜୟ ସାଲସ୍କର ଙ୍କ ସହ ସମେତ ୩ ରେଳବାଇ କର୍ମଚାରୀଙ୍କୁ ସାମିଲ ଥିଲେ । ଯେଉଁମାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଦିଆଯିବ ।

Spread the love