July 26, 2024

Satya News

odia news channel

୨୮ ବର୍ଷ ହେଲାଣି ସରିପାରୁନାହିଁ ପ୍ରକଳ୍ପ? ଅଧପନ୍ତରିଆ ଭାବେ ପଡ଼ି ରହିଛି ମୟୁରଭଞ୍ଜ ହାତିବାରୀରେ ନିର୍ମାଣ ହେଉଥିବା ଦେଓ ଜଳ ପ୍ରକଳ୍ପ।

 

କେନ୍ଦୁଝର:  ଅଧପନ୍ତରିଆ ଭାବେ ପଡ଼ି ରହିଛି ମୟୁରଭଞ୍ଜ ହାତିବାରୀରେ ନିର୍ମାଣ ହେଉଥିବା ଦେଓ ଜଳ ପ୍ରକଳ୍ପ। ଜମି ଅଧିଗ୍ରହଣ ଓ ବିସ୍ଥାପନ ସମସ୍ୟା ଯୋଗୁଁ ଦୀର୍ଘ ବର୍ଷ ହେଲା ପ୍ରକଳ୍ପ ଆଗକୁ ବଢ଼ି ପାରୁନି। ୫୨ କୋଟି ଟଙ୍କାର ବ୍ୟୟ ଅଟକଳ ଏବେ ୯୦୦ କୋଟି ଟଙ୍କା ହୋଇଗଲାଣି। ହେଲେ ପ୍ରକଳ୍ପ ହୋଇପାରୁନି କି ଲୋକେ ଜଳସେଚନ ଓ ପାନୀୟ ଜଳ ଯୋଗାଣର ସୁବିଧା ପାଇପାରୁନାହାନ୍ତି।

୧୯୯୨ରୁ ୨୦୨୦,ପାଖାପାଖି ୨୮ ବର୍ଷ ବିତି ଗଲାଣି। ପ୍ରକଳ୍ପର ମୂଲ୍ୟ ୫୨ କୋଟି ଟଙ୍କାରୁ ବଢ଼ି ୯୦୦ କୋଟି ଟଙ୍କା ହୋଇଗଲାଣି। ହେଲେ ମୟୂରଭଞ୍ଜ କରଞ୍ଜିଆ ହାତିବାରୀର ଦେଓ ଜଳପ୍ରପାତ ଅଧା ତିଆରି ହୋଇ ରହିଛି। ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ବିସ୍ଥାପନ ସମସ୍ୟା ଦୂର ହୋଇପାରୁନି। ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ଗାଁ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ନଥିବାବେଳେ ଥଇଥାନର ବ୍ୟବସ୍ଥା ହେଉନଥିବାରୁ, ବିରୋଧ ଜାରି ରହିଛି।

ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ଟଙ୍କା ଓ ୨୦ ଡିସିମିଲ ଜାଗା ଦେବା କଥା ହେଲେ ୫ ଡିସିମିଲ୍ ଜାଗା ଦିଆଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସରକାର କୌଣସି ଟଙ୍କା ନ ଦେଇ ଚାଷ ଜମି ଓ ଘର ଡିହ ଯୋଗାଇ ଦେଲେ ବି ଲୋକେ ବିସ୍ଥାପନ ହୋଇଯାନ୍ତେ ବୋଲି କହିଛନ୍ତି।

Spread the love