April 22, 2026

୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି

ବିହାର ଏବଂ ରାଜସ୍ଥାନରେ ବି.ଜେ.ପି. ଦଳର ନୂଆ ରାଜ୍ୟ ଅଧ୍ୟକ୍ଷ ନିଯୁକ୍ତ କରିଛି। ଦଳ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦିଲୀପ ଜୟସ୍ୱାଲ୍‌‌ଙ୍କୁ ବିହାରର ନୂଆ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ବିହାର ବିଧାନ ପରିଷଦର ସଦସ୍ୟ ଥିବା ଶ୍ରୀ ଜୟସ୍ୱାଲ୍‌‌’ ସମ୍ରାଟ ଚୌଧୁରୀଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଏବେ ସମ୍ରାଟ୍‌‌ ଚୌଧୁରୀ ବିହାରର ଉପମୁଖ୍ୟମନ୍ତ୍ରୀ ଅଛନ୍ତି।

ରାଜ୍ୟସଭା ସଦସ୍ୟ ମଦନ ରାଠୋର୍‌‌ଙ୍କୁ ରାଜସ୍ଥାନ ବି.ଜେ.ପି.ର ନୂଆ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ସେ ସି.ପି. ଯୋଶୀଙ୍କ ସ୍ଥାନରେ କାର୍ଯ୍ୟ କରିବେ। ସେହିପରି ଦଳ ପକ୍ଷରୁ ୬ଟି ରାଜ୍ୟପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି। ହରୀଶ୍‌‌ ଦ୍ୱିବେଦୀଙ୍କୁ ଆସାମ୍‌‌ର ଦଳୀୟ ପ୍ରଭାରୀ ନିଯୁକ୍ତ କରାଯାଇଥିବାବେଳେ ସାଂସଦ ଅତୁଲ ଗର୍ଗଙ୍କୁ ଚଣ୍ଡୀଗଡ଼଼, ଅରବିନ୍ଦ ମେନନ୍‌‌ଙ୍କୁ ଲାକ୍ଷାଦ୍ୱୀପ ଏବଂ ତାମିଲ୍‌‌ନାଡ଼ୁ, ରାଧାମୋହନ ଦାସ ଅଗ୍ରୱାଲ୍‌‌ଙ୍କୁ ରାଜସ୍ଥାନ, ଡକ୍ଟର ରାଜଦୀପ୍‌‌ ରାୟଙ୍କୁ ତ୍ରିପୁରା, ବିଜୟା ରହାଟ୍‌‌କର୍‌‌ଙ୍କୁ ରାଜସ୍ଥାନର ସହ-ପ୍ରଭାରୀ ଏବଂ ସୁଧାକର ରେଡ୍ଡୀଙ୍କୁ ତାମିଲ୍‌‌ନାଡ଼ୁର ସହପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

Spread the love