July 27, 2024

Satya News

odia news channel

ଖୋଲିବ ଆଉ ୪୫୦ ଆର୍‌ଆଇ ସର୍କଲ

ଭୁବନେଶ୍ୱର,୨୬/୧: ରାଜ୍ୟରେ ଖୋଲିବ ଆଉ ୪୫୦ ନୂଆ ଆର୍‌ଆଇ ସର୍କଲ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ତହସିଲ୍‌ ଓ୍ୱାଇଜ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଜମିଜମା ରେକର୍ଡ ତଦାରଖ ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସଲ ଓ କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ଆକଳନ ହୋଇପାରିବ। ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ୨,୨୭୯ଟି ଆର୍‌ଆଇ ସର୍କଲ ରହିଛି। ରାଜସ୍ୱ ବିଭାଗର ନୂଆ ପ୍ରସ୍ତାବ ଅନୁସାରେ ଆଗକୁ ଗ୍ରାମାଞ୍ଚଳରେ ୩ ପଞ୍ଚାୟତ ପାଇଁ ଗୋଟିଏ ଓ ସହରାଞ୍ଚଳରେ ୩ଟି ଓ୍ୱାର୍ଡ ପାଇଁ ଗୋଟିଏ ଆର୍‌ଆଇ ସର୍କଲ୍‌ ରଖିବାକୁ ପ୍ରସ୍ତାବ ରଖାଯାଇଛି। ତେବେ ବାଲେଶ୍ୱର ଜିଲ୍ଲାରେ ସବୁଠୁ ଅଧିକ ୪୫, କଟକରେ ୪୩, ଅନୁଗୋଳରେ ୨୦, ବରଗଡ଼ରେ ୨୦, ଭଦ୍ରକରେ ୩, ବଲାଙ୍ଗିରରେ ୧୯, ବୌଦ୍ଧରେ ୩, ଦେବଗଡ଼ରେ ୪, ଢେଙ୍କାନାଳରେ ୨୧, ଗଜପତିରେ ୧୩, ଗଞ୍ଜାମରେ ୨୦, ଜଗତସିଂହପୁରରେ ଗୋଟିଏ, ଯାଜପୁରରେ ୩୨, ଝାରସୁଗୁଡ଼ାରେ ୫, କଳାହାଣ୍ଡିରେ ୨୫, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୧୩, କେନ୍ଦୁଝରରେ ୨୨, ଖୋର୍ଦ୍ଧାରେ ୨୬, କୋରାପୁଟରେ ୧୧, ମାଲକାନଗିରିରେ ୫, ମୟୂରଭଞ୍ଜରେ ୯, ନବରଙ୍ଗପୁରରେ ୧୨, ନୟାଗଡ଼ରେ ୧୭, ନୂଆପଡ଼ାରେ ୧୨, ପୁରୀରେ ୧୪, ରାୟଗଡ଼ାରେ ୨, ସମ୍ୱଲପୁରରେ ୧୦, ସୁବର୍ଣ୍ଣପୁରରେ ୨ ଓ ସୁନ୍ଦରଗଡ଼ରେ ୧୪ଟି ଆର୍‌ଆଇ ସର୍କଲ ଖୋଲାଯିବ। ତେବେ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ଥିବା ଆର୍‌ଆଇ ସର୍କଲରେ ବହୁ ପଦବୀ ଖାଲି ପଡ଼ିଥିବାରୁ ଏହା ସରକାରଙ୍କର କେବଳ ଏକ ଘୋଷଣା ବୋଲି ବିରୋଧୀ କହିଛନ୍ତି।

Spread the love