May 16, 2026

୫-ଟି ସଚିବଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ,୯/୧: ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଗୁରୁବାର ସକାଳେ ଅଚାନକ କୋଣାର୍କ ଗସ୍ତରେ ଯାଇଥିଲେ। ଭୋର ପ୍ରାୟ ୫ଟାବେଳେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ସୂର୍ଯ୍ୟ ମନ୍ଦିରରେ ପହଞ୍ଚି ମନ୍ଦିର ପରିଦର୍ଶନ କରିବା ସହ ବାହାର ବେଢା ବୁଲିଥିଲେ। ପରେ ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର, ହସ୍ତଶିଳ୍ପ ବଜାର ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଥିଲେ। ଏଥିସହ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ନକ୍ସା ବି ଦେଖିଥିଲେ। ଏହି ସମୟରେ ପୁରୀ ଜିଲ୍ଲା ପ୍ରଶାସନର କିଛି ଅଧିକାରୀଙ୍କ ସହ ୫-ଟି ସଚିବଙ୍କ ଟିମ୍ ଆଲୋଚନା କରିଥିବା ଜଣାପଡିଛି। ପୁରୀ ଓ ଲିଙ୍ଗରାଜ ଚତୁର୍ପାର୍ଶ୍ୱ ଭଳି କୋଣାର୍କରେ ମଧ୍ୟ ବିକାଶ ହେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ,ରାଜ୍ୟ ସରକାର ଏବେ ପର୍ଯ୍ୟଟନସ୍ଥଳୀ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରଥମେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ତା’ପରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଏବେ କୋଣାର୍କ ଉପରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡିଛି।

Spread the love