ମାଲକାନଗିରି,୯/୧: ଏକ କୁଖ୍ୟାତ ମାଓବାଦୀ ଦମ୍ପତି ଆନ୍ଧ୍ରପ୍ରଦେଶ ପୁଲିସଦ୍ବାରା ଗିରଫ ହୋଇଥିବା ସୂଚନା ମିଳିଛି। ପୋଲିସ ପୂର୍ବତନ ଜିଲ୍ଲାପାଳ ଭିନିଲକ୍ରିଷ୍ଣାଙ୍କ ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବେଳମ୍ ନାରାୟଣ ସ୍ୱାମୀ ଓରଫ ଦାମୋଦର ଏବଂ ତାଙ୍କ ପତ୍ନୀ ଫୁଲବତୀଙ୍କୁ ଗିରଫ କରିଛି। ଦାମୋଦର ମାଲେରିଆ ଜ୍ୱରରେ ପୀଡ଼ିତ ଥାଇ ଆନ୍ଧ୍ରପ୍ରଦେଶର ଗୁଡେମ ଥାନା ଅନ୍ତର୍ଗତ ଆଦିରି ବିଡି ଗାଁ’ରେ ଚିକିତ୍ସିତ ହେଉଥିବା ନେଇ ମିଳିଥିବା ଗୁଇନ୍ଦା ତଥ୍ୟକୁ ଆଧାର କରି ପୋଲିସ ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ, ପ୍ରାୟ ୨୦ ବର୍ଷ ଧରି ଦାମୋଦର ମାଲକାନଗିରି ଜିଲ୍ଲାରେ ମାଓବାଦୀ ଡିଭିଜନ କମିଟି ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ। ୨୦୦୮ ଚିତ୍ରକୋଣ୍ଡା ଜଳଭଣ୍ଡାରସ୍ଥିତ ଆଲମପାକା ଲଞ୍ଚ୍ ଆକ୍ରମଣରେ ୩୫ଜଣଙ୍କୁ ହତ୍ୟା, ୨୦୧୨ ବିଏସ୍ଏଫ୍ କମାଣ୍ଡାଣ୍ଟଙ୍କୁ ଆକ୍ରମଣ କରି ହତ୍ୟା, ୨୦୦୮ କାଲିମେଳା ତେଲରାଇ ଆକ୍ରମଣରେ ୧୬ ଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା ଭଳି ବହୁ ଜଘନ୍ୟ ଅପରାଧରେ ସେ ଜଡ଼ିତ ଥିଲେ। ତାଙ୍କ ନାଁ’ରେ କେବଳ ଓଡ଼ିଶାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ଏହି ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଗିରଫ ପରେ ମାଲକାନଗିରି ପୁଲିସ ଉଭୟଙ୍କୁ ପଚରାଉଚରା କରିବେ ବୋଲି ଜଣାପଡ଼ିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍