June 10, 2025

ନୀଳାଚଳ ଇସ୍ପାତରୁ ହେବ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ,୯/୧: ଓଡ଼ିଶାର କଳିଙ୍ଗନଗରରେସ୍ଥିତ ନୀଳାଚଳ ଇସ୍ପାତ ନିଗମ(ଏନଆଇଏନଏଲ)ରେ ଥିବା କେନ୍ଦ୍ର ସରକାରୀ ଉଦ୍ୟୋଗମାନଙ୍କ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟୋଗ ତଥା ଦେଶର ପ୍ରମୁଖ ପିଗ୍‌ ଆଇରନ ଉତ୍ପାଦନକାରୀ କମ୍ପାନୀ ନୀଳାଚଳ ଇସ୍ପାତ ଏବେ ବ୍ୟାପକ କ୍ଷତିରେ ଚାଲୁଛି। ଏମଏମଟିସି, ଭେଲ୍‌, ଏନଏମଡିସି ଓ ମେକନ ଆଦି ସରକାରୀ ଉଦ୍ୟୋଗ ଏଥିରେ ପୁଞ୍ଜି ବିନିଯୋଗ କରିଥିବାବେଳେ ରାଜ୍ୟ ସରକାରଙ୍କ କମ୍ପାନୀ ଇପିକଲ ଓ ଓଏମସିର ମଧ୍ୟ ଅଂଶଧନ ରହିଛି। ତେବେ ନିତିଦିନିଆ ପରିଚାଳନା ପାଇଁ କମ୍ପାନୀ ନିକଟରେ ଅର୍ଥ ଅଭାବ ରହୁଥିବାରୁ ନୀଳାଚଳ ଇସ୍ପାତ ବ୍ୟାପକ କ୍ଷତିରେ ଚାଲୁଛି। ଏଥିପାଇଁ କମ୍ପାନୀର କେତେକ ୟୁନିଟ ଗତ କିଛିମାସ ଧରି ବନ୍ଦ ରହିଛି। ତେଣୁ ଏଥିରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି କମ୍ପାନୀକୁ କେନ୍ଦ୍ର ସରକାରୀ ଉଦ୍ୟୋଗ ଏନଏମଡିସି କିମ୍ବା ସେଲକୁ ବିକ୍ରି କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ତାହା ସଫଳ ହୋଇନଥିଲା।

Spread the love