ଭୁବନେଶ୍ୱର,୯/୧: ରାଜ୍ୟର ପାଣିପାଗ ଏବେ ପରିବର୍ତ୍ତନ ହୋଇଛି। ବୁଧବାରଠାରୁ ଆସନ୍ତା ୧୧ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜସ୍ବ ବିଭାଗ। ତେବେ ରାଜ୍ୟର ଅନେକ ସ୍ଥାନରେ ପାଗ ଶୁଖିଲା ଥିବାବେଳେ ବୁଧବାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଧୀରେ ଧୀରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ଅନୁମାନ କରାଯାଉଛି। ତେଣୁ ଅମଳ ଧାନକୁ ଘରକୁ ନେଇ ଆସିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ମଣ୍ଡି ଓ ବାହାରେ ଥିବା ଧାନକୁ ସୁରକ୍ଷିତ ରଖିବାକୁ କୁହାଯାଇଛି। ରାତିରେ ବାସହୀନଙ୍କୁ ଆଶ୍ରୟ ଦେବା ପାଇଁ ସ୍କୁଲ କୋଠା ଖୋଲିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୧ ତାରିଖ ପରେ ପୁଣି ଶୀତର ପ୍ରକୋପ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍