July 27, 2024

Satya News

odia news channel

୬୪୪ ଜଣ ଆତଙ୍କବାଦୀଙ୍କ ଆତ୍ମସମର୍ପଣ

ଗୌହାଟି,୨୩/୧: ଆସାମରେ ୮ଟି ନିଷିଦ୍ଧ ସଙ୍ଗଠନର ୬୪୪ ଜଣ ଆତଙ୍କବାଦୀ ୧୭୭ଟି ଅସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଆସାମ ପୋଲିସ ସୂଚନା ଦେଇଛି। ଏହି ଆତଙ୍କବାଦୀମାନେ ‘ୟୁଏଲ୍‌ଏଫ୍‌ଏ (୧), ‘ଏନ୍‌ଡିଏଫ୍‌ବି’, ‘ଆର୍‌ଏନ୍‌ଏଲ୍‌ଏଫ୍‌’, ‘କେଏଲ୍‌ଓ’, ‘ସିପିଆ(ମାଓବାଦୀ)’, ‘ଏନ୍‌ଏସ୍‌ଏଲ୍‌ଏ’, ‘ଏଡିଏଫ୍‌’ ଏବଂ ‘ଏନ୍‌ଏଲ୍‌ଏଫ୍‌ବି’ର ବୋଲି ଜଣାପଡ଼ିଛି। ଆତଙ୍କବାଦୀମାନେ ଏକ କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ତେବେ ରାଜ୍ୟ ଏବଂ ଆସାମ ପୋଲିସ ଲାଗି ଆଜି ଦିନଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ବାଦିକମାନଙ୍କୁ ଡିଜିପି ଭାସ୍କରଜ୍ୟୋତି ମହାନ୍ତି କହିଛନ୍ତି। ଏଥିସହ ସାମ୍ପ୍ରତିକ ସମୟରେ ଏହା ଅନ୍ୟତମ ସର୍ବବୃହତ୍‌ ଆତ୍ମସମର୍ପଣ ବୋଲି ସେ ପ୍ରକାଶ କରିଛନ୍ତି।

Spread the love