
ସମ୍ବଲପୁର : ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ତାଳଚେର ସେକ୍ସନର ଅନୁଗୁଳ-କେରଜଙ୍ଗ ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଇତି ମଧ୍ୟରେ ଶେଷ ହୋଇଛି। ରେଳବାଇର ମୁଖ୍ୟ ନିରାପତ୍ତା କମିସନର୍ ଆସି ଗସ୍ତ ସପ୍ତାହରେ ଉକ୍ତ ନୂଆ ଲାଇନ୍ ଯାଞ୍ଚ କରିବା ସହ ସ୍ପିଡ୍ ଟ୍ରାଏଲ୍ କରିଛନ୍ତି। ବର୍ତ୍ତମାନ ଉକ୍ତ ଲାଇନ୍ର କମିସନିଂ ପାଇଁ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର୍ସିଟିକୁ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି। ଆସନ୍ତା ୮ ତାରିଖ ଦିନ ଏହି ଟ୍ରେନ୍ ଉଭୟ ଦିଗରୁ ବାତିଲ ରହିବ।
ସେହିପରି ୭ ଓ ୮ ତାରିଖ ଦିନ ଭୁବନେଶ୍ବର-ରାଉରକେଲା ଇଣ୍ଟରସିଟି ଭୁବନେଶ୍ବରରୁ ନିର୍ଧାରିତ ସମୟରୁ ବିଳମ୍ବରେ ଛାଡ଼ିବ। ଦିନ ୧ଟା ୪୦ ପରିବର୍ତ୍ତେ ଏହା ୭ ତାରିଖ ଦିନ ୨ଟା ୪୦ ଓ ୮ ତାରିଖ ଦିନ ୩ଟା ୫୫ରେ ପ୍ରସ୍ଥାନ କରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍