
ଭୁବନେଶ୍ୱର: ସ୍ୱଚ୍ଛ ହେବ ବିନ୍ଦୁସାଗର । ୪ ମାସ ଭିତରେ ବିନ୍ଦୁ ସାଗରର ପାଣି ନିର୍ମଳ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଇନଷ୍ଟିଚ୍ୟୁଟ କେମିକାଲ୍ ଟେକ୍ନୋଲଜି, ଇଣ୍ଡିଆନ୍ ଅଏଲ କ୍ୟାମ୍ପସ ଓ ଓଡିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନର ମିଳିତ ଉଦ୍ୟମରେ ଆସନ୍ତା ୪ ମାସ ଭିତରେ ବିନ୍ଦୁସାଗରର ପୁନରୁଦ୍ଧାର ହେବ ।
ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଛନ୍ତି , ବିନ୍ଦୁ ସାଗର ଆମ ଆଶା, ବିଶ୍ୱାସର ପ୍ରମୁଖ ତୀର୍ଥକ୍ଷେତ୍ର । ମହାପ୍ରଭୁଙ୍କ ନୀତିକାନ୍ତି ସହ ବିନ୍ଦୁ ସାଗର ଓତଃପ୍ରୋତ ଭାବେ ଜଡ଼ିତ । ସାରା ଭାରତର ତୀର୍ଥକ୍ଷେତ୍ର ବିନ୍ଦୁ ସାଗର ସହ ଜଡ଼ିତ ହୋଇ ରହିଛି । ଏସବୁ ପାଇଁ ବିନ୍ଦୁସାଗର ଜାତୀୟ ସଂହତିର ପ୍ରତୀକ ହୋଇଛି । ସମସ୍ତଙ୍କ ସହଯୋଗରେ ବିନ୍ଦୁ ସାଗର ସ୍ୱଚ୍ଛ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ପ୍ରକଳ୍ପର ସଫଳତା ପାଇଁ ସମନ୍ୱୟ ରହିବା ଆବଶ୍ୟକ। ସେପଟେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଉତ୍ତର ରଖିଥିଲେ। ସାସଂଦ ଅପରାଜିତାଙ୍କୁ କାଉଣ୍ଟର କରି ଜବାବ ସେ କହିଥିଲେ ଯେ, ୪ ମାସ ନୁହେଁ ବରଂ ୪ ସପ୍ତାହ ଭିତରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେ। ସେହିପରି କେନ୍ଦ୍ରୀୟ ସଂସ୍ଥା ଗୁଡିକ ଏକାମ୍ର କ୍ଷେତ୍ରକୁ ଅବହେଳା କରୁଥିବା ବି ସେ କହିଥିଲ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍