March 10, 2026

ଏଲିଆନ ଅଛନ୍ତି, ଏଇ ପୃଥିବୀରେ ଥାଇପାରନ୍ତି

ଏଲିଆନ ଅଛନ୍ତି, ଏଇ ପୃଥିବୀରେ ଥାଇପାରନ୍ତି

ଏଲିଆନ ଅଛନ୍ତି ଏବଂ ସେମାନେ ପୃଥିବୀରେ ଆମ ସହ ଥାଇପାରନ୍ତି ବୋଲି ମହାକାଶ ଯାତ୍ରା କରିବାକୁ ଥିବା ପ୍ରଥମ ବ୍ରିଟନ ହେଲେନ ଶର୍ମନ କହିଛନ୍ତି । ଡକ୍ଟର ଶର୍ମନ ଏକ ପତ୍ରିକାକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ପୃଥିବୀ ବାହାରେ ବ୍ରହ୍ମାଣ୍ଡର କେଉଁଠି ନା କେଉଁଠି ଜୀବନ ନିଶ୍ଚିତ ଭାବେ ଅଛି । ଏଲିଆନମାନେ ଅଛନ୍ତି । ଏହାକୁ ନେଇ କୌଣସି ଦ୍ୱିମତ ନାହିଁ । କୋଟି କୋଟି ତାରକା ଚତୁଃପାଶ୍ୱର୍ରେ ଘୂରୁଥିବା ଗ୍ରହଗୁଡ଼ିକରେ ଜୀବନର ସମସ୍ତ ପ୍ରକାର ଆକୃତି ରହିଛି । ୫୬ ବର୍ଷୀୟା ଶର୍ମନ ୧୯୯୧ ମେ’ରେ ସୋଭିଏଟ ଷ୍ଟେଶନକୁ ଯାତ୍ରା କରି ଇତିହାସ ରଚିଥିଲେ । ଲଣ୍ଡନର ଇମ୍ପେରିଆଲ କଲେଜରେ କାର୍ଯ୍ୟରତ ଶର୍ମନ ଆହୁରି କହିଛନ୍ତି ଯେ ଏଲିଆନମାନଙ୍କ ଦେହରେ ମଣିଷଙ୍କ ଭଳି କାର୍ବନ ଓ ନାଇଟ୍ରୋଜେନ ଥାଇ ନପାରେ । ତେବେ ସେମାନେ ବର୍ତ୍ତମାନ ଏଇଠି ଥାଇପାରନ୍ତି ଏବଂ ଆମେ ସେମାନଙ୍କୁ ଦେଖିପାରୁ ନାହୁଁ ।

 

Spread the love