March 27, 2025

ଆମେରିକାକୁ ବୁମେରାଂ ହେଲା ଆକ୍ରମଣ, ଇସଲାମିକ ସହଯୋଗୀଙ୍କୁ ଏକାଠି କଲା ଇରାନ

ଆମେରିକାକୁ ବୁମେରାଂ ହେଲା ଆକ୍ରମଣ, ଇସଲାମିକ ସହଯୋଗୀଙ୍କୁ ଏକାଠି କଲା ଇରାନ

ପଶ୍ଚିମ ଏସୀୟ ରାଷ୍ଟ୍ର ଇରାନର ପ୍ରଭାବକୁ କମ କରିବା ପାଇଁ ଜେନେରାଲ କାସିମ ସୁଲେମାନୀଙ୍କୁ ଆମେରିକା ହତ୍ୟା କଲା । କିନ୍ତୁ ବିଶେଷଜ୍ଞଙ୍କ ମତରେ ଆମେରିକାର ପଦକ୍ଷେପ ପରେ ଏହି ଇସଲାମିକ ରାଷ୍ଟ୍ରର ସହଯୋଗୀଗୁଡ଼ିକ ଏକଜୁଟ ହୋଇଯାଇଛନ୍ତି । ଇରାନର ରିଭୋଲୁଶନାରି ଗାର୍ଡସ କୁଦସ ଫୋର୍ସର ମୁଖ୍ୟ ଭାବେ ସୁଲେମାନୀ ଲେବାନନ ଓ ଇରାକରୁ ସିରିଆ ଏବଂ ୟେମେନ ପର୍ଯ୍ୟନ୍ତ କ୍ଷେତ୍ରୀୟ କ୍ଷମତା ଯୁଦ୍ଧଗୁଡ଼ିକରେ ତେହେରାନର ହସ୍ତକ୍ଷେପକୁ ପରିଚାଳନା କରୁଥିଲେ । ଆମେରିକା ଆଶା କରୁଥିଲା ଯେ ଡ୍ରୋନ ଆକ୍ରମଣରେ ସୁଲେମାନୀ ନିହତ ହେବା ପରେ ଇରାନ ଓ ତା’ର ପ୍ରତିନିଧିମାନଙ୍କ ନେଟୱର୍କକୁ ଝଟକା ଲାଗିବ । କିନ୍ତୁ ଆମେରିକାର ଏହି ଯୋଜନା ତାକୁ ଭାରି ପଡ଼ୁଥିବା ଦେଖିଯାଉଛି । କାରଣ ଏହି ଏୟାର ଷ୍ଟ୍ରାଇକ ପରେ ନିଜ ସମର୍ଥକମାନଙ୍କୁ ଏକାଠି କରିଦେଇଛି ଇରାନ । ଇସଲାମିକ ରିଭୋଲୁଶନ ବିଶେଷଜ୍ଞ କାସିମ କାସିର କହିଛନ୍ତି, ଆମେରିକାର ଆକ୍ରମଣ ବିରୋଧୀ ବଳଗୁଡ଼ିକୁ ଏକଜୁଟ କରିଦେଇଛି । ଏହି ହତ୍ୟାକାଣ୍ଡ ଏକ ରାଜନୈତିକ ଭୁଲ । ଏହା ଉପରେ କେବଳ ଇରକ ନୁହେଁ, ସମଗ୍ର ମଧ୍ୟପ୍ରାଚ୍ୟର ପ୍ରତିକ୍ରିୟା ଆସିବ ।

ପରମାଣୁ ଚୁକ୍ତିରୁ ଇରାନ ଓହରିବା ପରେ ଅସନ୍ତୋଷ ବ୍ୟକ୍ତ କଲା ୟୁରୋପୀୟ ସଂଘ:


୨୦୧୫ ପରମାଣୁ ଚୁକ୍ତିରୁ ଇରାନ ଓହରିବା ପାଇଁ ନିଷ୍ପତ୍ତି ନେଇଛି । ଏହାକୁ ନେଇ ୟୁରୋପୀୟ ସଂଘ (ଇୟୁ) ଗଭୀର ଅସନ୍ତୋଷ ବ୍ୟକ୍ତ କରିଛି । ଇୟୁର ଶୀର୍ଷ କୂଟନୀତିଜ୍ଞମାନେ ଇରାନର ସଦ୍ୟ ନିଷ୍ପତ୍ତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପରମାଣୁ ଚୁକ୍ତିରୁ ଆମେରିକା ଓହରିଯିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ପରେ ଏହି ବୁଝାମଣା ଦୁର୍ବଳ ହୋଇଯାଇଥିଲା । ଇୟୁ କୌଣସି ପ୍ରକାର ନିଷ୍ପତ୍ତି ନେବା ପୂର୍ବରୁ ଇରାନ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ନିୟମଗୁଡ଼ିକୁ ଉଲ୍ଲଂଘନ କରୁଛି କି ନାହିଁ ସେହି ସମ୍ପର୍କରେ ବିଚାର କରିବ ।

Spread the love